ଓଡିଶା

odisha

ETV Bharat / state

କୁଆପଥର ମାଡ, ମାଟିରେ ମିଶିଗଲା 4 ଏକର ଫସଲ

ଲଗାତାର 2ଦିନର କାଳବୈଶାଖୀ ଯୋଗୁଁ ଏକର-ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି । ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅନୁଗୋଳ ଜିଲ୍ଲା ପାଳଲହଡା ଅଞ୍ଚଳର ଶହ ଶହ ଅଭାବୀ ଚାଷୀ ।

By

Published : Mar 1, 2019, 2:56 PM IST

ପ୍ରତିକାତ୍ମକ ଫଟୋ

ଅନୁଗୋଳ: ଅଦିନିଆ ବର୍ଷାର ତାଣ୍ଡବରେ ଶୂନଶାନ ସବୁଜ କ୍ଷେତ । । ପ୍ରବଳ କୁଆପଥରମାଡରେ ଶୋଇଯାଇଛି ଫଳ ଭରା ତରଭୁଜ ଗଛ । ଲଗାତାର 2ଦିନର କାଳବୈଶାଖୀ ଯୋଗୁଁ ଏକର-ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି । କରଜ ଟଙ୍କା କେମିତି ସୁଝିବେ, ପରିବାର କିପରି ପୋଷିବେ, ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅନୁଗୋଳ ଜିଲ୍ଲା ପାଳଲହଡା ଅଞ୍ଚଳର ଶହ ଶହ ଅଭାବୀ ଚାଷୀ । ଏ ନେଇ ଜିଲ୍ଲାପାଳଙ୍କୁ ନିଜ ସମସ୍ୟାର ଦାବି ମଧ୍ୟ ଜଣାଇଛନ୍ତି ।

ଗୋଟିଏ ପଟେ ଟାଇଁ ଟାଇଁ ଖରାରେ କେତେକ ଜିଲ୍ଲାରେ ବିଲ ଆଁ କରିଦେଇଥିବାବେଳେ ଅନୁଗୋଳ ଜିଲ୍ଲାରେ ଅଦିନିଆ ବର୍ଷା ଜମିକୁ ଫୁଙ୍ଗୁଳା କରିଦେଇଛି । ଲଗାତାର 2ଦିନ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷଣରେ ଶହ ଶହ ଏକର ତରଭୁଜ ଓ ପରିବା ଚାଷ ମାଟିରେ ମିଶିଯାଇଛି । ବିଶେଷକରି ଶଇଡା ଓ ଶିମିଳିପାଳ ପଞ୍ଚାୟତର ଶିମିଳିପାଳ, ପେଚାମୁଣ୍ଡି, କାଳିଆ କୁଦର ଓ ଡାଲୋ ଅଞ୍ଚଳର ଚାଷୀ କ୍ଷତି ସହିଛନ୍ତି।


ଏ ସବୁ ଅଞ୍ଚଳରେ ପ୍ରାୟ ଚାରି ଶହ ଏକରରୁ ଊର୍ଦ୍ଧ୍ବ ଜମିରେ କରାଯାଇଥିବା ତରଭୁଜ, ପନିପରିବା, କଦଳୀ ଓ ରବି ଜାତୀୟ ଫସଲ କାଳ ବୈଶାଖୀ ସାଙ୍ଗକୁ କୁଆପଥର ମାଡରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କରଜ କରି ଚାଷ କରିଥିବା ଚାଷୀ ଏବେ ଆଗକୁ କଣ କରିବେ, ସେଥିପାଇଁ ମାନସିକ ଭାବେ ଭାରକ୍ରାନ୍ତ ହୋଇପଡିଛନ୍ତି । ଏପଟେ ଏ ନେଇ ଉପଜିଲ୍ଲା ପାଳଙ୍କୁ ଭେଟି ସେମାନେ ନିଜର ଦାବି ଜଣାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details