ଓଡିଶା

odisha

ETV Bharat / state

ମହିମା ଧାମରେ ମହିମା ମହୋତ୍ସବ, ସାମିଲ ହେଲେ ବଙ୍ଗାଳୀ ନେପାଳି କଳାକାର

ଅନୁଗୋଳ ଅଙ୍ଗାରବନ୍ଧରେ ଉଦଘାଟିତ ହୋଇଛି ଅନ୍ତର୍ଜାତୀୟ ମହିମା ମହୋତ୍ସବ । ଏଥିରେ ବାଂଲାଦେଶ ଓ ନେପାଳର କିଛି କଳାକାର ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Mahima Mahotsav
Mahima Mahotsav

By

Published : Feb 6, 2023, 3:49 PM IST

Updated : Feb 6, 2023, 5:01 PM IST

ମହିମା ଧାମରେ ମହିମା ମହୋତ୍ସବ, ସାମିଲ ହେଲେ ବଙ୍ଗାଳୀ ନେପାଳି କଳାକାର

ଅନୁଗୋଳ: ଜିଲ୍ଲାର ମହିମାଧାମ ଅଙ୍ଗାର ବନ୍ଧରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ମହିମା ମହୋତ୍ସବ। ଯେଉଁଥିରେ ଭାଗ ନେଇଛନ୍ତି ବାଂଲାଦେଶ ଓ ନେପାଳର କିଛି କଳାକାର। ଏହି ମହୋତ୍ସବକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟିଥିବା ବେଳେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ରାଜ୍ୟ ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂ। ୩ ଦିନିଆ ଉତ୍ସବରେ ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଶଷଣର ମଜା ନେବେ ଦର୍ଶକ ।

ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ସହ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ ମିଳିତ ଭାବେ ଉଦଘାଟନ କରିଥିଲେ । ମହିମା ଧାମର ମୁକ୍ତାକାଶ ମଞ୍ଚରେ ଏହି ଉତ୍ସବ ଉଦଘାଟିତ ହୋଇଛି । ମହିମା ଗୋସାଇଁ କିଭଳି ଜଗତର କଲ୍ୟାଣ ପାଇଁ ସମସ୍ତଙ୍କ ମନରେ ସମାନତା ଭରି ଦେବାର ବାର୍ତ୍ତା ଦେଇ ଯାଇଛନ୍ତି ସେ ନେଇ ଆଲୋଚନା କରିଛନ୍ତି ବିଧାୟକ । ୧୬୦ ବର୍ଷ ତଳର ଏହି ମହିମାଧାମ ଏବେ ନିଜର ଖ୍ୟାତି ଅର୍ଜନ କରିଛି । ଏଥିପାଇଁ ସରକାର ସ୍ବତନ୍ତ୍ର ଅନୁଦାନ ଦେଉଥିବା ନେଇ ନେତାମାନେ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ-ଗୁରୁ ମହିମା ଅଲେଖ ଧ୍ବନିରେ କମ୍ପୁଛି ମହିମା ଧାମ ଅଙ୍ଗାରବନ୍ଧ

ଉଦଘାଟନ ପୂର୍ବରୁ ସମସ୍ତ ଅତିଥି ଶୂନ୍ୟ ମନ୍ଦିର ପରିକ୍ରମା କରି ଆହୁତି ଦେଇଥିଲେ। ସଭା କାର୍ଯ୍ୟ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । କୋଲକାତାରୁ ଆସିଥିବା କଳାକାରମାନେ କରିଥିବା ବଙ୍ଗଳା ନୃତ୍ୟର ତାଳରେ ସମସ୍ତେ ମଜି ଯାଇଥିଲେ। ତା'ପଛକୁ ବାଂଲାଦେଶର କଳାକାରଙ୍କ ଶାସ୍ତ୍ରୀୟ ସଙ୍ଗୀତର ନୃତ୍ୟ ଉଭୟ ଦେଶ ମଧ୍ୟରେ ଥିବା ସମାନତାର ବାର୍ତ୍ତା ଦେଇଥିଲା । ବିଳମ୍ବିତ ରାତି ଯାଏଁ ମହୋତ୍ସବର ମଜା ନେଇଥିଲେ ଉପସ୍ଥିତ ଲୋକେ ।

ଏନେଇ ଉପବାଚସ୍ପତି ରଜନୀକାନ୍ତ ସିଂ କହିଛନ୍ତି, "ଏହା ହେଉଛି ରାଜ୍ୟର ଦ୍ବିତୀୟ ମହିମା ଗାଦି । ୧୮୬୪ ମସିହାରେ ଏହା ସ୍ଥାପନ ହୋଇଥିଲା । ପ୍ରଥମେ ଏଠାରେ ୧୬ ପରିବାର ରହୁଥିବା ବେଳେ ଏବେ ଏଠାରେ ୨୦୦ ପରିବାର ହେଲାଣି । ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ । ଏନେଇ ମୁଁ ସଂସ୍କୃତି ମନ୍ତ୍ରୀଙ୍କ ସହିତ କଥା ହେବି ।" ସେପଟେ ଏନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, " ଅଙ୍ଗାରବନ୍ଧରେ ମହିମାଧାମର ମହୋତ୍ସବ ଆଜି ଉଦଘାଟିତ ହୋଇଛି । ମଣିଷ ପରସ୍ପରକୁ ଭଲ ପାଇବା ଉପରେ ଉଦ୍ଦିଷ୍ଟ ଏହି ମହିମା ଧର୍ମ ।"

ଇଟିଭି ଭାରତ, ଅନୁଗୋଳ

Last Updated : Feb 6, 2023, 5:01 PM IST

ABOUT THE AUTHOR

...view details