ଓଡିଶା

odisha

By

Published : Oct 24, 2019, 4:42 AM IST

Updated : Oct 24, 2019, 3:12 PM IST

ETV Bharat / state

ବାଜା ବାଣରେ କମ୍ପିଲା ଅନୁଗୋଳ, ମେଲାଣି ନେଲେ ମା ଗଜଲକ୍ଷ୍ମୀ

୧୧ ଦିନର ପୂଜା ଉତ୍ସବ ପରେ ସମ୍ପର୍ଣ୍ଣ ହୋଇଥିଲା ମାଙ୍କ ଭସାଣୀ ଉତ୍ସବ ଓ ମେଲଣ ଯାତ୍ରା । ପାରମ୍ପରିକ ବାଦ୍ୟ ସହ ବ୍ରାସବ୍ୟାଣ୍ଡ ସାଉଣ୍ଡର ତାଳରେ ନାଚି ନାଚି ମା ଅନ୍ନପୂର୍ଣ୍ଣାଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ । ଅଧିକ ପଢ଼ନ୍ତୁ...

immersion, maa laxmi, anugul, ମା ଗଜଲକ୍ଷ୍ମୀ, ଲକ୍ଷ୍ମୀ ପୂଜା, ଅନୁଗୋଳ

ଅନୁଗୋଳ: ବାଜା ବାଣରେ କମ୍ପି ଉଠିଥିଲା ସହର । ପାରମ୍ପରିକ ବାଦ୍ୟ ସହ ବ୍ରାସବ୍ୟାଣ୍ଡ ସାଉଣ୍ଡର ତାଳରେ ନାଚି ନାଚି ମା ଅନ୍ନପୂର୍ଣ୍ଣାଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ । ୧୧ ଦିନର ପୂଜା ଉତ୍ସବ ପରେ ସମ୍ପର୍ଣ୍ଣ ହୋଇଥିଲା ମାଙ୍କ ଭସାଣୀ ଉତ୍ସବ ଓ ମେଲଣ ଯାତ୍ରା । ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଅନୁଗୋଳ ସହରରେ ।

ମେଲାଣି ନେଲେ ମା ଗଜଲକ୍ଷ୍ମୀ

ଶୋଭାଯାତ୍ରା, ଆତସବାଜି ସହ ରଙ୍ଗୀନ ଆଲୋକ ଆଉ ତା ସାଙ୍ଗକୁ ପାରମ୍ପରିକ ନୃତ୍ୟ, ବାଦ୍ୟ ମା’ଙ୍କ ଭସାଣି ଉତ୍ସବର ସବୁଠାରୁ ବଡ ଆକର୍ଷଣ । କଳାହାଣ୍ଡିର ପାରମ୍ପରିକ ଲୋକ ନୃତ୍ୟ ସାଙ୍ଗକୁ ସମ୍ବଲପୁରୀ ଓ ଭିଲାଇର ବ୍ରାସବ୍ୟାଣ୍ଡ ପ୍ରତ୍ୟକ ଦେଖଣାହାରୀଙ୍କ ମନକୁ ଛୁଇଁଥିଲା । ଯାହାର ତାଳରେ ପ୍ରତ୍ୟକ ପୂଜା ମଣ୍ଡପ ନାଚି ନାଚି ମା’ଙ୍କ ଶୋଭାଯାତ୍ରାକୁ ସହର ପରିକ୍ରମା କରାଇଥିଲେ । ଅପରାହ୍ନ ପ୍ରାୟ ୩ ଟାରୁ ଥାନା ଛକ ଠାରୁ ବାହାରି ଥିଲା ଭସାଣୀ ଶୋଭାଯାତ୍ରା ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମା’ଙ୍କ ଭସାଣି ଉତ୍ସବ । ଥାନା ଛକ ଠାରୁ ବାହାରିଥିବା ଭସାଣି ଶୋଭାଯାତ୍ରା ବାସଷ୍ଟାଣ୍ଡ, ସଞ୍ଜୀବନି ମାର୍କଟେ, ଲକ୍ଷ୍ମୀ ବଜାର ଦେଇ ବଜାର ଛକ ଓ ସେଠାରୁ ସୂଚନା କେନ୍ଦ୍ର ଛକ ଦେଇ ଜାତୀୟ ରାଜପଥକୁ ବାହାରିବା ପରେ ମେଢ଼ ଗୁଡିକ ମେଲଣ ପଡିଆରେ ପହଞ୍ଚିଥିଲା । ରଙ୍ଗୀନ ଆଲୋକ ଓ ତା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ କମ୍ପି ଉଠିଲା ସାରା ଅନୁଗୋଳ । ମେଳନ ପଡିଆରେ ପ୍ରଥମେ ବସଷ୍ଟାଣ୍ଡ ଓ ହୁଲୁରିଶିଙ୍ଘା ମେଢ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆତଶବାଜି ପ୍ରତିଯୋଗୀତା । ଯାହା ଥିଲା ଭସାଣୀ ଉତ୍ସବର ସବୁ ଠାରୁ ବଡ଼ ଆକର୍ଷଣ ।

ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସହର ସାରା ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଦୁଇ ଜଣ ଅତିରିକ୍ତ ଏସପି ନିୟୋଜିତ ହୋଇଥିଲେ । ପ୍ରତିକୂଳ ପାଗ ସତ୍ତ୍ବେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ଭସାଣୀ ଉତ୍ସବରେ । ମାଙ୍କୁ ମେଲାଣି ଦେଇ ସମସ୍ତେ ଫେରିଛନ୍ତି ନିଜ ନିଜ ଘରକୁ ଆଉ ଚାହିଁ ବସିଛନ୍ତି ଆସନ୍ତା ବର୍ଷର ଲକ୍ଷ୍ମୀ ପୂଜାକୁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 24, 2019, 3:12 PM IST

ABOUT THE AUTHOR

...view details