ଓଡିଶା

odisha

ETV Bharat / state

ରାଗ ଆଗରେ ଫିକା ପଡିଲା ସମ୍ପର୍କ, ସ୍ତ୍ରୀକୁ ପଥରରେ ଛେଚି ହତ୍ୟା

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ । ସାଧାରଣ ବଚସାକୁ କେନ୍ଦ୍ର କରି ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ତାଳଚେରର ବିକ୍ରମପୁର ଥାନା ଅଞ୍ଚଳରେ ।

By

Published : Sep 10, 2019, 10:28 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ଅନୁଗୋଳ: ମଦ ଆଗରେ ଫିକା ପଡିଲା ସାତଜନ୍ମର ସମ୍ପର୍କ । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀକୁ ପଥରରେ ଛେପି ହତ୍ୟା କଲା ସ୍ବାମୀ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅଞ୍ଚଳରେ । ମୃତ ମହିଳା ହେଲେ ଗୀତା ଦେହୁରି । ହତ୍ୟା ପରେ ମୃତଦେହକୁ ଗୁରୁଦ୍ବାର ମାର୍କେଟ ନିକଟ ଏକ ସିମେଣ୍ଟ ଦୋକାନ ସାମ୍ନାରେ ଫୋପାଡି ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମଙ୍ଗଳବାର ସକାଳୁ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୀତାଙ୍କ ସ୍ବାମୀ ମୁନା ଦେହୁରିକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଗୀତା ଘରେ ଶୋଇଥିବାବେଳେ ଅତ୍ୟଧିକ ମଦ୍ୟପାନ କରି ଆସିଥିଲା ସ୍ବାମୀ ମୁନା । ମଦ ପିଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ରାଗରେ ଉତକ୍ଷିପ୍ତ ହୋଇ ମୁନା ସ୍ତ୍ରୀକୁ ଏକ ପଥରରେ ଆଣି ଛେଚି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଗୀତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details