ଓଡିଶା

odisha

ବାହାଘର କାର୍ଡ଼ ବାଣ୍ଟିବା ନାଁ ରେ ଗଞ୍ଜେଇ ଚାଲାଣ, 6 ଗିରଫ

By

Published : Mar 3, 2023, 7:44 PM IST

ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ ବେଳେ 6 ଜଣକୁ ଧରିବା ସହ 40 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା, 40 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା, 40 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା, 40 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ଅନୁଗୋଳ: ବାହାଘରର କାର୍ଡ ବାଣ୍ଟିବା ନାଁରେ ହେଉଥିଲା ଗଞ୍ଜେଇ ଚାଲାଣ । ଗଞ୍ଜେଇ ଚାଲାଣ ବେଳେ 6 ଜଣକୁ ଧରିଛି ଅନୁଗୋଳ ଅବକାରୀ ବିଭାଗ । ଏହାସହ ଘଟଣାରେ ଦୁଇଟି ଗାଡି ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଆଜି ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଅନୁଗୋଳ ଦେଇ ଗଞ୍ଜେଇ ଚାଲାଣ ବେଳେ ଦୁଇଟି ଗାଡିକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ ।

ଅଧିକ ପଢ଼ନ୍ତୁ: Umesh Pal Murder Case: ମୁଖ୍ୟ ଅଭିଯୁକ୍ତ ଅତିକ ସହଯୋଗୀ ଘରେ ବୁଲିଲା ବୁଲଡୋଜର

କୌଣସି ସୂତ୍ରରୁ ଖବର ପାଇ ବିଭାଗର ଏକ ଟିମ୍‌ ଅନୁଗୋଳ ଜିଲ୍ଲାର ବଇଣ୍ଡା ଅଞ୍ଚଳରେ ଜଗି ବସିଥିଲେ ଅବକାରୀ ବିଭାଗ କର୍ମଚାରୀ । ଏକ ବୋଲେରୋ ଯୋଗେ ତିନି ଜଣ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା କହିଥିଲେ । ବିଭାଗର କର୍ମଚାରୀ ମାନେ ଖୋଜା ଖୋଜି କରିବା ସେହି ଗାଡି ରୁ ପ୍ରାୟ 40 କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ସେହିଭଳି ଏକ ଟିମ୍‌ ଚକାମାର 55 ନଂ ଜାତୀୟ ରାଜପଥରର ମୁଣ୍ଡା ସାହି ଛକ ନିକଟରେ ସନ୍ଦେହରେ ଆଉ ଏକ ଗାଡିକୁ ଅଟକାଇବାରୁ ସେଥିରୁ ମଧ୍ୟ 60 କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିଲା । ଏନେଇ ପଚରାଉଚରା ବେଳେ ସେମାନେ ମଧ୍ୟ ବାହାଘର କାର୍ଡ ବାଣ୍ଟିବାର ବାହାନା କରିଥିଲେ । ତେବେ ଅବକାରୀ ବିଭାଗ କର୍ମଚାରୀଙ୍କ କଡ଼ା ଆଭିମୁଖ୍ୟ ପରେ ସେମାନେ ଗଞ୍ଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲେ ।

ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଛି ବିଭାଗ । ଉଭୟ ଘଟଣାରେ ମୋଟ 108 କେଜି ଗଞ୍ଜେଇ ଜବତ ହୋଇଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ 80 ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ 6 ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର ଓ ଗୋଟିଏ ବୋଲେରୋ ଜବତ କରିଛି ବିଭାଗ। ତେବେ ଦୁଇଟି ଅଲଗାଅଲଗା ସ୍ଥାନରୁ ସମାନ କଥା କହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପରେ ଏମାନେ କେଉଁଠୁ କେଉଁଠାକୁ ଗଞ୍ଜେଇ ଚାଲାଣ କରୁଥିଲେ ତାହାର ସନ୍ଧାନ ଆରମ୍ଭ କରିଛି ପୋଲିସ । ଏହାସହ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ଓ ଏମାନେ ଗୋଟିଏ ଟିମ୍‌ର ନା ଏକାଧିକ ମାଫିଆ ଏହି କାର୍ଯ୍ଯରେ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ଅବକାରୀ ବିଭାଗ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details