ଓଡିଶା

odisha

ଅନୁଗୋଳରେ ଅଦିନିଆ ବର୍ଷା, ବ୍ୟାପକ କ୍ଷୟକ୍ଷତି

ଅନୁଗୋଳରେ ଅଦିନିଆ ବର୍ଷା । ଆଠମଲ୍ଲିକ ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ ତୋଫାନ । ଅନେକ ସ୍ଥାନରେ ଭାଙ୍ଗିଲା ଗଛ । ସେପଟେ ବିଦ୍ୟୁତ ଖୁଣ୍ଟ ଉପୁଡି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

By

Published : Mar 5, 2020, 1:08 PM IST

Published : Mar 5, 2020, 1:08 PM IST

heavy rain in angul
ଅନୁଗୋଳରେ ଅଦିନିଆ ବର୍ଷା, ବ୍ୟାପକ କ୍ଷୟକ୍ଷତି

ଅନୁଗୋଳ: ଅଦିନିଆ ବର୍ଷାରେ ଅନୁଗୋଳ ବେହାଲ । ଗତ ଦୁଇଦିନ ହେଲା ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷାଯୋଗୁଁ କ୍ଷୟକ୍ଷତି ହୋଇଛି। ଝିପିଝିପି ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆଠମଲ୍ଲିକ ଅଞ୍ଚଳରେ ପ୍ରବଳ ଜୋରରେ ପବନ ବହିବା ସାଙ୍ଗକୁ ଘଡଘଡି ସହ ବର୍ଷା ଓ ପବନ ହେବାରୁ ବହୁ ସ୍ଥାନରେ ଘର, ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଛି।

ଅନୁଗୋଳରେ ଅଦିନିଆ ବର୍ଷା, ବ୍ୟାପକ କ୍ଷୟକ୍ଷତି

ଅନେକ ଚାଳ ଘରର ଛପର ଉଡିଯିବା ସହ ବିଦ୍ୟୁତ ଖୁଣ୍ଟ ପଡି ମଧୁମେୟ ମେହେର ନାମକ ଜଣେ ବ୍ୟକ୍ତିଙ୍କ ଗୋଡ ଭାଙ୍ଗିଯାଇଛି। ଆଠମଲ୍ଲିକ ଥାନା ଅଧିକାରୀଙ୍କ ବାସଭବନ ଉପରେ ଗଛ ପଡିଯାଇଛି । ସେପଟେ ମେଣ୍ଢା ରହୁଥିବା ଏକ ଗୁହାଳରେ ଗଛ ପଡିଯିବାରୁ 10ଟି ମେଣ୍ଢା ମୃତ୍ୟୁବରଣ କରିଛନ୍ତି ।

ଗତକାଲି(ବୁଧବାର) ଠାରୁ ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି । ଆଗକୁ ଆହୁରି 3ଦିନ ଧରି ବର୍ଷା ଓ ପବନ ଆଶଙ୍କା ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details