ଓଡିଶା

odisha

ETV Bharat / state

ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ - anugul

ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଅନୁଗୋଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କଣିହାଁ ବ୍ଲକରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ଖବର ପଢନ୍ତୁ...

ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ
ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ

By

Published : Aug 27, 2020, 10:24 PM IST

ଅନୁଗୋଳ: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କଣିହାଁ ବ୍ଲକରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ପ୍ରଭାବିତ ହୋଇଛି ଆଠମଲ୍ଲିକ, କିଶୋରନଗର ସମେତ ଛେଣ୍ଡିପଦା ଓ ପାଲଲହଡ଼ା ବ୍ଲକ। ବର୍ଷାରେ କାହାର ଘର ଭାଙ୍ଗିଛି ତ କାହାର ଘରେ ପାଣି ଜମି ରହିଛି । ଏହାଛଡା ଜିଲ୍ଲାରେ ରେଙ୍ଗାଳୀ ଜଳଭଣ୍ଡାର ତାର ତିନୋଟି ଗେଟ ଦେଇ ବନ୍ୟା ଜଳ ଛାଡୁଥିବାବେଳେ ସାମଲ ବ୍ୟାରେଜ ଦେଇ ମଧ୍ୟ ନିଷ୍କାସିତ ହେଉଛି ବନ୍ୟାଜଳ ।

ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ

ସେପଟେ ଅନୁଗୋଳ ଜିଲ୍ଲାରେ ଗୋଟିଏ ଦିନରେ 857 ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ପାଇଁ ସୃଷ୍ଟି ହୋଇଛି ନାହିଁ ନଥିବା ସମସ୍ୟା । ବର୍ଷା ପାଇଁ ସବୁଠାରୁ ଅଧିକ କ୍ଷତି କଣିହାଁ ବ୍ଲକ ଅଞ୍ଚଳରେ ହୋଇ ଥିବା ଜଣାପଡିଛି । ବ୍ଲକର କୁଳୁମା, ରେଙ୍ଗାଲି ଓ ସୁସୁବା ପଞ୍ଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି । ବହୁ ମାଟି ଘର ଭାଙ୍ଗି ଯାଇଛି। ଯୁଆଡେ ଚାହିଁଲେ ପାଣି ହିଁ ପାଣି। ଧାନ କ୍ଷେତ ବୁଡି ରହିଛି । ବିଭିନ୍ନ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ଅନେକ ଗାଁ ଭିତରେ ପାଣି ପଶିବା ସହ ବହୁ ଘର ଭିତରେ ପାଣି ପଶି ରହିଛି । ଆକଳନ ଅନୁସାରେ ପ୍ରାୟ ୫୦ରୁ ଅଧିକ ଘର ଭାଙ୍ଗି ଯାଇଛି। ଫଳରେ ଲୋକେ ରାସ୍ତା ଉପରେ ପାଲ ଟାଣି ରହିଛନ୍ତି।

ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ

ଏହା ବ୍ୟତୀତ ଟିକିରା ନାଳରେ ଜଳସ୍ତର ବୃଦ୍ଧି ପାଇଥିବାରୁ କୂଳରେ ଓଲନ୍ଦା, ଖିଣ୍ଡୋ ଓ ଶଗଡ଼ିପାଳ ଆଦି ଗାଁ ଗୁଡିକ ପାଣି ଘେରରେ ରହିଛନ୍ତି । ଶଗଡିପାଳ ଗାଁର ଲୋକଙ୍କୁ ପ୍ରଶାସନ ତରଫରୁ ଡ଼ଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବାରୁ ରେଙ୍ଗାଲି ଗାଁର ପ୍ରାୟ ୨୦ପରିବାର ରାସ୍ତା ଉପରେ ପାଲ ଟାଣି ରହିଛନ୍ତି । ତେବେ ଦୁଇ ଦିନ ହେଲା ସେମାନେ ଭୋକ ଉପାସରେ ରହିଛନ୍ତି । କେବଳ ଗାଁ ନୁହେଁ ସହରର ତଳି ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ।

ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ

ବର୍ଷା ଜଳ ନିଷ୍କାସନ ହୋଇନପାରି ଅନେକ ଲୋକଙ୍କ ଘରେ ବର୍ଷା ପାଣି ଜମି ରହିଛି । ହେଲେ ପ୍ରଶାସନ ସେମାନଙ୍କ କଥା ବୁଝୁନଥିବା ଅଭିଯୋଗ କରିଛନ୍ତି ସେମାନେ ।

ଅବିଶ୍ରାନ୍ତ ବର୍ଷାରେ ବେହାଲ ଅନୁଗୋଳ

ଆହୁରି ଅଧିକ ବର୍ଷା ସମ୍ଭାବନା ଥିବାରୁ ଲୋକଙ୍କ ପାଇଁ ସମସ୍ୟା ମଧ୍ୟ ବଢିବ। ତେଣୁ ତୁରନ୍ତ ସମସ୍ତ ବିପନ୍ନ ପରିବାରକୁ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details