ଓଡିଶା

odisha

By

Published : Jan 12, 2021, 9:54 PM IST

ETV Bharat / state

ପ୍ରସୂତିଙ୍କଠୁ ଲାଞ୍ଚ ନେବା ଘଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଦନ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗରେ ମହିଳାଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗକୁ ନେଇ ତଦନ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

health director investigate in district hospital of anugul
ପ୍ରସୂତିଙ୍କ ଠୁ ଲାଞ୍ଚ ନେବା ଘଟଣାର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଦନ୍ତ କଲେ ସ୍ୱାସ୍ଥ୍ୟ ନିର୍ଦେଶକ

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ଲାଞ୍ଚ ନେବା ଘଟଣାର ତଦନ୍ତ କଲେ ସ୍ୱାସ୍ଥ୍ୟ ନିର୍ଦେଶକ। ଗତ କିଛିଦିନ ହେବ ପ୍ରସୂତି ବିଭାଗରେ ମହିଳାଙ୍କ ଠାରୁ ଲାଞ୍ଚ ନେବା ଆଭିଯୋଗ ହୋଇଥିଲା ।

ପ୍ରସୂତିଙ୍କ ଠୁ ଲାଞ୍ଚ ନେବା ଘଟଣାର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଦନ୍ତ କଲେ ସ୍ୱାସ୍ଥ୍ୟ ନିର୍ଦେଶକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିରୁଦ୍ଧରେ ଆସୁଥିବା ବିଭିନ୍ନ ଅଭିଯୋଗର ମଧ୍ୟ ତଦନ୍ତ କରିଛନ୍ତି। ବିଶେଷ କରି ପ୍ରସବ ସମୟରେ ପ୍ରସୂତିଙ୍କ ଠାରୁ ଟଙ୍କା ନେବା ଘଟଣାର ତଦନ୍ତ କରିଛନ୍ତି ନିର୍ଦ୍ଦେଶକ । ଗତ ଚାରି ମାସ ମଧ୍ୟରେ ଜିଲ୍ଲା ଚିକିତ୍ସା ଲୟକ ପ୍ରସବ ପାଇଁ ଆସୁଥିବା ମହିଳା ମାନଙ୍କ ଠାରୁ ଜୁଲମ କରି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା ଯାହାର ତଦନ୍ତ କରାଯାଇଛି ।

ପ୍ରସୂତି ବିଭାଗର ଦାୟିତ୍ୱରେ ଡାକ୍ତର , ଅନ୍ୟ ଷ୍ଟାଫ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ ସହ ଅଭିଯୋଗ ବାବଦରେ ଅନୁଧ୍ୟାନ କରାଯାଇଛି । ତଦନ୍ତ ପରେ ଯେଉଁ ମାନଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ମିଳିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details