ଓଡିଶା

odisha

By

Published : Mar 24, 2019, 4:45 PM IST

ETV Bharat / state

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସମ୍ପର୍କୀୟ ଶାଳକର ଯୌନାଙ୍ଗ କାଟିଦେଲା ସ୍ବାମୀ

ଢେଙ୍କାନାଳ ସଦରଥାନା ବିଦ୍ୟାବନ୍ଧ ଗାଁରେ ଘଟିଛି ଏକ ଅମାନବୀୟ ଘଟଣା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ଵାମୀର ବିଭତ୍ସକାଣ୍ଡ । ଘଟଣାପରେ ଅଭିଯୁକ୍ତ ରୁଦ୍ର ଫେରାର ଥିବାବେଳେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ଵାମୀର ବିଭତ୍ସକାଣ୍ଡ । ସମ୍ପର୍କୀୟ ଶାଳକର ଯୌନାଙ୍ଗ କାଟି ହତ୍ୟା କରିବା ପରେ ସ୍ତ୍ରୀ ଓ ଶାଶୁକୁ କରିଛି ମରଣାତ୍ମକ ଆକ୍ରମଣ । ଏଭଳି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ସୂଚନାନୁଯାୟୀ, ବିଦ୍ୟାବନ୍ଧ ଗାଁର ରୁଦ୍ର ନାରାୟଣ ନାୟକ ନିଜ ସମ୍ପର୍କୀୟ ଶାଳକ ନଗେଶ ରାଉତକୁ କଟୁରୀରେ ହାଣି ହତ୍ୟା କରିଛନ୍ତି । ନଗେଶଙ୍କ ବେକ ଓ ଯୌନାଙ୍ଗକୁ କାଟିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ନାଗେଶକୁ ଉଦ୍ଧାର କରିବାକୁ ଯାଇଥିବା ରୁଦ୍ରର ସ୍ତ୍ରୀ ଓ ଶାଶୂ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାପରେ ରୁଦ୍ର ଫେରାର ଥିବାବେଳେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details