ଓଡିଶା

odisha

ETV Bharat / state

ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ ପୁରୁଣାକୋଟ ଥାନା ଅଞ୍ଚଳରେ ଏକ ଅମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Oct 8, 2019, 5:42 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ

ଅନୁଗୋଳ: ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଆମ୍ବ ତୋଟାରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଏକ ଗାମୁଛା ସାହାଯ୍ୟରେ ମୃତଦେହ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୁଳ

ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଗୁରୁଧି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଆମ୍ବତୋଟାର ଏକ ଆମ୍ବ ଗଛରୁ ସୁଶୀଲ ଦାସ ନାମକ ଜଣେ ଯୁବକର ଝୁଲନ୍ତା ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଏକ ଗାମୁଛା ସାହାଯ୍ୟରେ ସୁଶୀଲ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି ।

ମୃତ ଯୁବକର ଘର ବନ୍ତଳା ଥାନା ପୁରୁଣା ଗଡ଼ ବଡଦାଣ୍ଡ ସାହିରେ ବୋଲି ଜଣାପଡିଛି। ସୁଶୀଲ ସୋମବାର ରାତିରୁ ନାଚ ଦେଖିବାକୁ ଘରୁ ବାହାରିଥିଲା । ଯାତ୍ରା ଦେଖି ଫେରିବା ପରେ ପୁଣି ଏକ ଟର୍ଚ୍ଚ ଲାଇଟ ଧରି କେଉଁଆଡ଼େ ବାହାରିଥିଲେ ଏବଂ ସେ ଆଉ ଘରକୁ ଫେରି ନଥିଲେ ।

ମୃତ ସୁଶୀଲର ବାପା ପୁଅର ମୃତ୍ୟୁ ପ୍ରେମ ଜନିତ ଓ ତାକୁ କେହି ହତ୍ୟା କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details