ଅନୁଗୋଳ: ଢେଙ୍କାନାଳର କଙ୍କଡ଼ାହାଡ଼ ଥାନା ଅଧିନସ୍ଥ କେରେଜୋଳି ଗାଁରେ ଅଘଟଣ। ବିଜୁ ପକ୍କାଘର ତିଆରି ପାଇଁ ଖୋଳା ଯାଇଥିବା ନିଅଁ ଖାତରେ ପଡି ଦେଢ ବର୍ଷର ଶିଶୁ କନ୍ୟା ମୃତ୍ୟୁ ହୋଇଛି । ଶିଶୁକନ୍ୟା ଜଣକ ହେଉଛି କୁନା ପଲେଇଙ୍କ ଝିଅ ପ୍ରିୟାଶିନୀ ।
ନିଅଁ ଖାତରେ ପଡି ଦେଢ ବର୍ଷର ଶିଶୁକନ୍ୟା ମୃତ
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅଧିନସ୍ଥ କେରେଜୋଳି ଗାଁରେ ବିଜୁ ପକ୍କାଘର ତିଆରି ପାଇଁ ଖୋଳା ଯାଇଥିବା ନିଅଁ ଖାତରେ ପଡି ଜଣେ ଦେଢ ବର୍ଷର ଏକ ଶିଶୁ କନ୍ୟା ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଘରର ନିଅଁ ଖାତ ପାଣିରେ ପୂର୍ଣ୍ଣ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁପସ୍ଥିତରେ ଶିଶୁ କନ୍ୟାଟି ଅସାବଧାନତା କାରଣରୁ ଖାତରେ ପଡି ଯାଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦାତା, ଅନୁଗୋଳ
ଲଗାଣ ବର୍ଷା ଯୋଗୁଁ ଘରର ନିଅଁ ଖାତ ବର୍ଷା ପାଣିରେ ପୂର୍ଣ୍ଣ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁପସ୍ଥିତରେ ଶିଶୁ କନ୍ୟାଟି ଅସାବଧାନତା କାରଣରୁ ଖାତରେ ପଡି ଯାଇଥିଲା । ତେବେ ତାକୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ