ଅନୁଗୋଳ: ନିର୍ବାଚନ ଦିନ ଯେତିକି ପାଖଉଛି ଏହାର ପରିଚାଳନା ଚିନ୍ତା ସେତିକି ଘାରୁଛି । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ନେଇ ଆଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ । ଜିଲ୍ଲାର ଦୁଇଟି ଲୋକସଭା ସମ୍ବଲପୁର ଓ ଢେଙ୍କାନାଳ ଅଧୀନରେ ଥିବା ଅନୁଗୋଳ ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୂଚନା ଦେଇଛନ୍ତି ।
ଜିଲ୍ଲା ପାଇଁ ସ୍ଵତନ୍ତ୍ର ଭାବେ ଦୁଇ ଜଣ ଅବଜର୍ଭର ନିୟୋଜିତ କରାଯିବା ସହ ସମସ୍ତ ବୁଥରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଯିବ, ସେଥିପାଇଁ ସବୁ କାର୍ଯ୍ୟ ସରିଛି । ଏହା ଛଡା ଚୂଡାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀରେ ମୋଟ ୪୨ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ।