ଓଡିଶା

odisha

ETV Bharat / state

ପ୍ରଶାସନ ବୁଝିଲା ଗାନ୍ଧୀ ଭବନର ଆବଶ୍ୟକତା, ପ୍ରତିଶ୍ରୁତି ପରେ ସରିଲା ସତ୍ୟାଗ୍ରହ - ଅନୁଗୋଳ ଗାନ୍ଧୀ ଭବନ

ଅନୁଗୋଳରେ ଗାନ୍ଧୀ ସ୍ମୁତି ଭବନ ନିର୍ମାଣ ଦାବି କରି ଗାନ୍ଧୀ ବାଦୀ ମହୀୟସୀ ମହିଳା କୃଷ୍ଣା ମହାନ୍ତି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସତ୍ୟାଗ୍ରହରୁ ଓହରିଲେ । ଅଧିକ ପଢନ୍ତୁ...

Gandhi bhavan strike close in angul after administration talk
ପ୍ରଶାସନ ବୁଝିଲା ଗାନ୍ଧୀ ଭବନର ଆବଶ୍ୟକତା, ପ୍ରତିଶ୍ରୁତି ପରେ ସରିଲା ସତ୍ୟାଗ୍ରହ

By

Published : Oct 5, 2021, 8:23 PM IST

ଅନୁଗୋଳ: ଶେଷ ହୋଇଛି ଦୀର୍ଘ ୩ ଦିନର ସତ୍ୟାଗ୍ରହ । ଅନୁଗୋଳରେ ଗାନ୍ଧୀ ସ୍ମୁତି ଭବନ ନିର୍ମାଣ ଦାବି କରି ଗାନ୍ଧୀ ବାଦୀ ମହୀୟସୀ ମହିଳା କୃଷ୍ଣା ମହାନ୍ତି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସତ୍ୟାଗ୍ରହରୁ ଓହରିଲେ ।

ପ୍ରଶାସନ ବୁଝିଲା ଗାନ୍ଧୀ ଭବନର ଆବଶ୍ୟକତା, ପ୍ରତିଶ୍ରୁତି ପରେ ସରିଲା ସତ୍ୟାଗ୍ରହ

ପ୍ରଶାସନ ଯେଉଁଭଳି ଭାବେ କଥା ଦେଇ କଥା ରଖିଲା ନାହିଁ ତାର ପ୍ରତିବାଦରେ ଏଭଳି ସତ୍ୟାଗ୍ରହରେ ବସିଥିଲେ କୃଷ୍ଣା । ଅନୁଗୋଳ ଉପଜିଲ୍ଲାପାଳଙ୍କ ସତ୍ୟାଗ୍ରହ ସ୍ଥାନକୁ ଆସି ସତ୍ୟାଗ୍ରହ ବସିଥିବା ମହୀୟସୀ ମହିଳାଙ୍କୁ ବୁଝା ସୁଝା କରିଥିଲେ । ପରେ ଜିଲ୍ଲାପାଳଙ୍କ କୋର୍ଟ ରୁମରେ ଏକ ଆଲୋଚନା ହୋଇଥିଲା । ଆଗାମୀ 10 ଦିନ ମଧ୍ୟରେ ଗାନ୍ଧୀ ଭବନ ପାଇଁ ଏକ ସ୍ଥାନ ଚିହ୍ନଟ କରାଯାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। ଯେଉଁଭଳି ଭାବେ ଏକ ଭୁଲ ବୁଝାମଣା ପାଇଁ ଜଣେ ମହାନ ନାରୀ ଆନ୍ଦୋଳନରେ ବସିଲେ ତାକୁ ନେଇ ପ୍ରଶାସନ ଦୁଃଖ ପ୍ରକାଶ କରିଥିଲେ । ଆଗାମୀ ଦିନରେ କିଭଳି ଖୁବ ଶୀଘ୍ର ଗାନ୍ଧି ଭବନ ନିର୍ମାଣ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଯତ୍ନ ବାନ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନୁଗୋଳ ପୌରପାଳିକା ପକ୍ଷରୁ ଗାନ୍ଧୀ ଭବନ ପାଇଁ ସ୍ଥାନ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାକୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବାରୁ ଆରମ୍ଭ ହୋଇଥିଲା ସତ୍ୟାଗ୍ରହ।

ସତ୍ୟାଗ୍ରହରେ ବସିଥିଲେ ସ୍ବାଧୀନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତି ଓ ତାଙ୍କ ସହଯୋଗୀ। ଜିଲ୍ଲା ପ୍ରଶାସନର ଗାନ୍ଧୀ ବିରୋଧୀ ମାନଭାଵକୁ ଏହି ମହାନ ଗାନ୍ଧୀବାଦୀ ମହିଳା ନା ପସନ୍ଦ କରିବା ସହ 80 ବର୍ଷ ବୟସରେ ବି ତିନିଦିନ ଧରି ସତ୍ୟାଗ୍ରହ ବସିଥିଲେ । ଗାନ୍ଧିଜୀ ଓ ଗଣତନ୍ତ୍ର ବିଶ୍ଵାସୀ ଜନଗଣ ଅନୁଗୋଳ ଡାକରାରେ ଏହି ସତ୍ୟାଗ୍ରହ ହୋଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details