ଓଡିଶା

odisha

ETV Bharat / state

ନରହନ୍ତା ଦନ୍ତାର ଦାନ୍ତ କାଟିଲା ବନ ବିଭାଗ

ଗୋଟିଏ ଦିନରେ 5 ନିରୀହ ଜୀବନ ନେଇ ନରହନ୍ତା ପାଲଟିଥିଲା ଦନ୍ତା । ଦନ୍ତାର ଏହି ଉତ୍ପାତରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ବନ ବିଭାଗ ଏନେଇ ଦନ୍ତାକୁ ଟ୍ରାଙ୍କୁଲାଇଜ କରିଛି । ଏଥିସହ ଦନ୍ତାର ଦାନ୍ତ ମଧ୍ୟ କାଟିଛି ବନ ବିଭାଗ ।

By

Published : Apr 20, 2019, 11:19 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଗୋଟିଏ ଦିନରେ 5 ନିରୀହ ଜୀବନ ନେଇ ନରହନ୍ତା ପାଲଟିଥିଲା ଦନ୍ତା । ଦନ୍ତାର ଏହି ଉତ୍ପାତରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ବନ ବିଭାଗ ଏନେଇ ଦନ୍ତାକୁ ଟ୍ରାଙ୍କୁଲାଇଜ କରିଛି । ଏଥିସହ ଦନ୍ତାର ଦାନ୍ତ ମଧ୍ୟ କାଟିଛି ବନ ବିଭାଗ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ ଏକ ସ୍ବତନ୍ତ୍ର ନିଶ୍ଚେତକ ଦଳ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଏହାର ଦାନ୍ତ କାଟି ନେଇଛନ୍ତି । ତାଳଚେର ରେଞ୍ଜର ଖୁଲୁଆଠାରେ ଭୁବନେଶ୍ବରରୁ ଆସିଥିବା ତିନି ଜଣିଆ ବିଶେଷଜ୍ଞ ଦଳ ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ । ପ୍ରକାଶ ଯେ ଗୁରୁବାର ବିଳମ୍ବିତ ରାତିରେ ହାତୀଟି ବ୍ରାହ୍ଣଣୀ ନଦୀ ପାର ହୋଇ ତାଳଚେର ରେଞ୍ଜର ଷଣ୍ଢ ଗାଁରେ ପଶି ଏକାସାଙ୍ଗରେ 5 ଜଣଙ୍କୁ ଦଳି ଦେଇଥିଲା ।

ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର 4 ଜଣ ରହିଥିବା ବେଳେ ନିକଟସ୍ଥ ସନ୍ଥପଡା ଗ୍ରାମର ଜଣେ ବୃଦ୍ଧ ରହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details