ଅନୁଗୋଳ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଆଜି ଅନୁଗୋଳରେ ଦେଖିବାକୁ ମିଳିଥିଲା ଘନ କୁହୁଡି । ସକାଳ 8ଟା ବେଳକୁ ହଠାତ କୁହୁଡି ଆସିଥିଲା। କୁହୁଡିର ଘନତା ଏତେ ଅଧିକ ଥିଲା ଯେ, ରାସ୍ତାଘାଟ କିଛି ଦେଖା ଯାଇନଥିଲା । କୁହୁଡି ସାଙ୍ଗକୁ କୋହଲା ପବନ ଯୋଗୁଁ ଥଣ୍ଡା ଅନୁଭୂତ ହୋଇଥିଲା ।
ଅନୁଗୋଳରେ ଘନ କୁହୁଡିର ଆସ୍ତରଣ - ଅନୁଗୋଳରେ ଘନକୁହୁଡିର ଆସ୍ତରଣ
ଆଜି ଅନୁଗୋଳରେ ଦେଖିବାକୁ ମିଳିଥିଲା ଘନ କୁହୁଡି । ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିବା ଘନ କୁହୁଡି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । ଅଧିକ ପଢନ୍ତୁ...
ଅନୁଗୋଳରେ ଘନ କୁହୁଡିର ଆସ୍ତରଣ
ଜିଲ୍ଲାରେ ଅସ୍ବାଭାବିକ ପାଣିପାଗ । କେତେବେଳେ ପାଣିପାଗରେ ପରିବର୍ତ୍ତନ ଘଟୁଛି ତାହା ଆକଳନ ବାହାରେ । ଦିନରେ ଅସହ୍ୟ ତାତି । ସକାଳେ ଘନ କୁହୁଡି । ସେପଟେ, ପାଗରେ ଏପରି ପରିବର୍ତ୍ତନକୁ ଆଗକୁ ଶୁଭ ସଙ୍କେତ ନୁହେଁ ବୋଲି ପରିବେଶ ପ୍ରେମୀ ମତ ଦେଇଛନ୍ତି । ଦୀର୍ଘ 2 ଘଣ୍ଟା ପର୍ଯ୍ୟନ୍ତ ଆଜି କୁହୁଡି ଦେଖିବାକୁ ମିଳିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ, ଇଟିଭି ଭାରତ