ଓଡିଶା

odisha

ETV Bharat / state

ଅନୁଗୋଳରେ ବନ୍ୟା, ପାଣି ଘେରରେ ପାଞ୍ଚଟି ଗାଁ

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଯାହା ପ୍ରଭାବରେ ଲଗାଣ ବର୍ଷା ସହ ଦେଖାଦେଇଛି ବନ୍ୟା ପରିସ୍ଥିତି । ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ପରେ ଏବେ ଅନୁଗୋଳ ଜିଲ୍ଲାରେ ମଧ୍ୟ ବନ୍ୟା ପ୍ରକୋପ ।

By

Published : Aug 14, 2019, 10:06 AM IST

ଫାଇଲ ଫଟୋ

ଅନୁଗୋଳ: ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଦେଖାଦେଇଛି ବନ୍ୟା ପରିସ୍ଥିତି । ମହାନଦୀ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା କାରଣରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ପରେ ଏବେ ଅନୁଗୋଳ ଜିଲ୍ଲାରେ ମଧ୍ୟ ବନ୍ୟା ପ୍ରକୋପ । ଜିଲ୍ଲାର 5ଟି ଗାଁ ଏବେ ପାଣି ଘେରରେ ।

ଜିଲ୍ଲାର ଟିକରପଡା ପଞ୍ଚାୟତର ପାଞ୍ଚଟି ଗାଁରେ ପାଣି ପସି ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଗଇନ୍ଦି, ବେହେରା ସାହି, ଟିକରପଡା, ମଝିପଡା ଆଦି ଗାଁ ଗୁଡିକ ପାଣି ଘେରରେ ରହିଛି । ତେବେ ସାହାଯ୍ୟ ପାଇଁ ଏପର୍ଯ୍ୟନ୍ତ କେହି ପହଁଞ୍ଚି ନଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details