ଓଡିଶା

odisha

ETV Bharat / state

ବର୍ଷା ପରେ ଅନୁଗୋଳରେ ବନ୍ୟା ସ୍ଥିତି, କଣିହାଁ ବ୍ଲକର 3 ପଞ୍ଚାୟତ ଜଳବନ୍ଦୀ - ଅନୁଗୋଳ ଖବର

ପାଣି ଘେରରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ୩ଟି ପଞ୍ଚାୟତ । ରେଙ୍ଗାଲି ଡ୍ୟାମରୁ ଆଉ ଗୋଟିଏ ଗେଟ ଖୋଲା ଯିବା ପରେ ଚତୁର୍ଦ୍ଦିଗ ଜଳମଗ୍ନ ସ୍ଥିତି । କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ପାଣି ଘେରରେ ଥିବା ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

ବର୍ଷା ପରେ ଅନୁଗୋଳରେ ବନ୍ୟା ସ୍ଥିତି, ଜଳବନ୍ଦୀରେ କଣିହାଁ ବ୍ଲକର 3 ପଞ୍ଚାୟତ
ବର୍ଷା ପରେ ଅନୁଗୋଳରେ ବନ୍ୟା ସ୍ଥିତି, ଜଳବନ୍ଦୀରେ କଣିହାଁ ବ୍ଲକର 3 ପଞ୍ଚାୟତ

By

Published : Aug 28, 2020, 7:50 PM IST

ଅନୁଗୋଳ: ପାଣି ଘେରରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ୩ଟି ପଞ୍ଚାୟତ । ରେଙ୍ଗାଲି ଡ୍ୟାମରୁ ଆଉ ଗୋଟିଏ ଗେଟ ଖୋଲା ଯିବା ପରେ ଚତୁର୍ଦ୍ଦିଗରେ ଜଳମଗ୍ନ ସ୍ଥିତି ।

ଏକର ଏକର ଧାନ ଜମିରେ ପାଣି ମାଡ଼ି ଯାଇଛି । ଅନେକ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ଅନେକ ଗାଁକୁ ଯାତାୟାତ ବନ୍ଦ ହୋଇ ଯାଇଛି । ଡ୍ୟାମର ତଳିଆ ଅଞ୍ଚଳରେ ଜଳମଗ୍ନ । ବିଶେଷ କରି ବ୍ଲକର ଅରକିଳି, ଗଣ୍ଡମାଳ ଓ ସୁସୁବା ଏହି ୩ଟି ପଞ୍ଚାୟତରେ ନାହିଁ ନଥିବା କ୍ଷତି ହୋଇଛି । ଗାଁକୁ ଗାଁ ସଂଯୋଗ କରୁଥିବା ବହୁ ରାସ୍ତା ଉପରେ ପାଣି ଚାଲୁଛି । ଫଳରେ ଯାତାୟାତ ହୋଇପାରୁନାହିଁ ।

ବର୍ଷା ପରେ ଅନୁଗୋଳରେ ବନ୍ୟା ସ୍ଥିତି, ଜଳବନ୍ଦୀରେ କଣିହାଁ ବ୍ଲକର 3 ପଞ୍ଚାୟତ

ସେପଟେ କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ପାଣି ଘେରରେ ଥିବା ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details