ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ 4 ପରିବାର, ପାଉଁଶ ହେଲା ଝିଅ ବିବାହ ପାଇଁ ଆସିଥିବା ଆସବାବପତ୍ର

ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଛି 8 ବଖରା। ଘଟଣାଟି ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଘଟିଛି । ଅଗ୍ନିକାଣ୍ଡରେ ଚାରିଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଅଧିକ ଖବର ପଢନ୍ତୁ...

By

Published : Jan 25, 2020, 1:52 PM IST

_FIRE BREAKS
ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ 4 ପରିବାର, ପାଉଁଶ ହେଲା ଝିଅ ବିବାହ ପାଇଁ ଆସିଥିବା ଆସବାପତ୍ର

ଅନୁଗୋଳ: ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଛି 8 ବଖରା । ଘଟଣାଟି ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଘଟିଛି। ଅଗ୍ନିକାଣ୍ଡରେ ଚାରିଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ସେମାନେ ହେଲେ ଗାଁର ଚିନ୍ତା ବେହେରା, ବାବାଜୀ ବେହେରା , ଜାନକୀ ବେହେରା ଓ ଭମ୍ବର ବେହେରା। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ, ଜାନକୀ ବେହେରାଙ୍କର ଝିଅ ବାହାଘର ପାଇଁ ସମସ୍ତ ଜିନିଷ ପତ୍ର ଆଣି ରଖିଥିଲେ । ଏଥିରେ ବାସନ, ଖାଇବା ସାମଗ୍ରୀ, ଲୁଗାପଟା, ସୁନା, ରୂପା, ନଗଦ ପ୍ରାୟ ୩୦ ହଜାର ଟଙ୍କା, ଗ୍ୟାସ୍ ଓ ବିଭାଘର ପାଇଁ କିଣିଥିବା ସବୁ ସାମଗ୍ରୀ ରଖିଥିଲେ। ଯାହା ଅଗ୍ନିକାଣ୍ଡରେ ଜଳିପୋଡି ଛାରଖାର ହୋଇଯାଇଛି ।

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ 4 ପରିବାର, ପାଉଁଶ ହେଲା ଝିଅ ବିବାହ ପାଇଁ ଆସିଥିବା ଆସବାପତ୍ର

ରାତି ପ୍ରାୟ ତିନିଟା ସମୟରେ ସମସ୍ତେ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ତେଣୁ କୌଣସି ଜିନିଷ ଉଦ୍ଧାର କରାଯାଇ ପାରି ନାହିଁ । ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାଁନ୍ତି। ଏପରିକି ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ମଧ୍ୟ ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି ।

ଏ ବିଷୟରେ ବଅଁରପାଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜଣେ ଅମିନଙ୍କୁ ସେ ଘରପୋଡି କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details