ଓଡିଶା

odisha

ETV Bharat / state

Hockey Trophy Tour: ଅନୁଗୋଳରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି, ଭବ୍ୟ ସ୍ୱାଗତ କଲେ ଜିଲ୍ଲାବାସୀ

ଓଡ଼ିଶା ଦ୍ବିତୀୟ ଥର ଲାଗି ଆୟୋଜକ ଭାବେ ହକି ବିଶ୍ବକପ (FIH Men's Hockey World Cup 2023)ର ଆୟୋଜନ କରୁଛି । ଏହି ଅବସରରେ ହକି ବିଶ୍ବକପ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାରେ ପରିଭ୍ରମଣ କରୁଥିବା ବେଳେ ଆଜି ଅନୁଗୋଳ ଜିଲ୍ଲାରେ ପହଞ୍ଚିଛି ( Hockey World Cup 2023 trophy reached at Anugul) । ଅଧିକ ପଢନ୍ତୁ

By

Published : Jan 5, 2023, 8:47 PM IST

Hockey Trophy Tour
Hockey Trophy Tour

ଅନୁଗୋଳରେ ପହଞ୍ଚିଲା ହକି ବିଶ୍ବକପ ଟ୍ରଫି, ଭବ୍ୟ ସ୍ବାଗତ କଲେ ଜିଲ୍ଲାବାସୀ

ଅନୁଗୋଳ:ଓଡ଼ିଶା ଦ୍ବିତୀୟ ଥର ଲାଗି ହକି ବିଶ୍ବକପ୍‌ର ଆୟୋଜନ (FIH Men's Hockey World Cup 2023) କରୁଥିବା ବେଳେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ଲଢେଇ । ହକି ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ବିଶ୍ବକପ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାକୁ ପରିଭ୍ରମଣ କରୁଛି । ଏହି ପରିଭ୍ରମଣ ମଧ୍ୟରେ ଆଜି ଟ୍ରଫି ଅନୁଗୋଳ ଜିଲ୍ଲାରେ ପହଞ୍ଚିଛି (Men's Hockey World Cup 2023 trophy reached at Anugul) । ଜିଲ୍ଲାବାସୀ ଟ୍ରଫିକୁ ଭବ୍ୟ ସ୍ବାଗତ କରିବା ସହ ଏକ ସ୍ଵତନ୍ତ୍ର ଶୋଭାଯାତ୍ରାରେ ସହର ପରିକ୍ରମା କରାଇଛନ୍ତି ଜିଲ୍ଲାର ସାଂସଦ, ବିଧାୟକ ଓ ଜିଲ୍ଲାପାଳ ।

ଆଜି ଅପରାହ୍ନରେ ଟ୍ରଫି ଦେବଗଡ଼ ଅନୁଗୋଳ ଜିଲ୍ଲାର ସୀମାନ୍ତ ଛେଣ୍ଡିପଦାଠାରେ ପହଞ୍ଚିବା ପରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରଠାରେ ଟ୍ରଫି ପହଞ୍ଚିଥିଲା । ଶୈଳ ଶ୍ରୀକ୍ଷେତ୍ରଠାରୁ ବିରାଟ ପଟୁଆରରେ ଟ୍ରଫି ସହର ପରିକ୍ରମା କରି କଦମ ପଡ଼ିଆରେ ପହଞ୍ଚିଥିଲା । ବାଜା ବାଜଣା, ନୃତ୍ୟ ସଙ୍ଗୀତ, ଦଣ୍ଡ ନୃତ୍ୟ, ସଂକୀର୍ତ୍ତନ ଓ ମୃଦଙ୍ଗ ବାଜା ବଜାଇ ଟ୍ରଫିକୁ ସହର ପରିକ୍ରମା କରାଯାଇଥିଲା । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହା ବି ପଢନ୍ତୁ- Hockey World Cup Tour: ଝାରସୁଗୁଡାରେ ପହଁଞ୍ଚିଲା ହକି ବିଶ୍ବକପ ଟ୍ରଫି, କରାଗଲା ଭବ୍ୟ ସ୍ବାଗତ

ଢେଙ୍କାନାଳ ଏମପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ଜଗମୋହନ ମୀନାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପଦାଧିକାରୀ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ ଟ୍ରଫି ଦେଖିବାକୁ ଭିଡ଼ ଜମାଇଥିଲେ। ଏହାପରେ ଟ୍ରଫି ବଅଁରପାଳ ଦେଇ ଢେଙ୍କାନାଳ ଜିଲ୍ଲାକୁ ଯାଇଥିଲା ।

୨୦୨୩ ହକି ବିଶ୍ବକପ ରାଜ୍ୟର ୨ଟି ଷ୍ଟାଡ଼ିୟମ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ଆଜି ଲୋକାର୍ପିତ ହୋଇଥିବା ରାଉରକେଲା ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇ ଷ୍ଟାଡିୟମର ଲୋକର୍ପଣ କରିଛନ୍ତି । ସେପଟେ ହକି ବିଶ୍ବକପ ଟ୍ରଫି ସାରା ରାଜ୍ୟରେ ପରିଭ୍ରମଣ କରୁଛି । ଡିସେମ୍ବର ୨୫ ତାରିଖରେ ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ପରେ ଟ୍ରଫି ଏବେ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି । ଏହାପରେ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଟ୍ରଫି ପରିକ୍ରମା କରିବ । ଆସନ୍ତା ୧୩ ତାରିଖରୁ ରାଜ୍ୟରେ ହକି ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଭାଗ ନେବେ ୧୬ଟି ଟିମ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details