ଓଡିଶା

odisha

ETV Bharat / state

ପୂରଣ ହେବ ସ୍ବପ୍ନ, ନିର୍ମାଣ ହେଉଛି ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନା

ଦୀର୍ଘ 17 ବର୍ଷର ସ୍ବପ୍ନ ହେବ ପୂରଣ। ସେପ୍ଟେମ୍ବର 2023ରେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା । ଅଧିକ ପଢନ୍ତୁ...

By

Published : Feb 2, 2020, 12:06 PM IST

_fertiliser industry build in talcher
ତାଳଚେର ସାର କାରଖାନା

ଅନୁଗୋଳ: ଦୀର୍ଘ 17 ବର୍ଷର ସ୍ବପ୍ନ ହେବ ପୂରଣ । ସେପ୍ଟେମ୍ବର 2023ରେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା । ଆଉ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବେନି ସ୍ଥାନୀୟ ଯୁବକ । ଚାଷୀ ନିଜ ଚାଷର ପାଇବ ଉଚିତ୍ ମୂଲ୍ୟ, ଚାଷୀଙ୍କୁ ମିଳିବ ବଜାର ସୁବିଧା । ଏନେଇ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ପ୍ରାୟ 2200 ଟନ୍ ଆମୋନିଆ ସହ 3850 ମ୍ୟାଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରାଯିବା ସହ ପ୍ରାୟ 10 ହଜାର ଲୋକ ନିଯୁକ୍ତି ପାଇବେ। ଏନେଇ ବେଶ୍ ଖୁସି ଅଞ୍ଚଳବାସୀ । କେମିତି ଚାଲିଛି କାମ ଓ କିଭଳି ରହିଛି ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଦେଖନ୍ତୁ ।

ତାଳଚେର ସାର କାରଖାନା

ଏକର ଜମିରେ ନିର୍ମାଣ ଚାଲିଛି କାରଖାନା । ତା' ମଧ୍ୟରେ ରାସ୍ତା, ରେଳପଥ, କାର୍ଯ୍ୟାଳୟ, ଟାଉନସିପ୍ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। ଏଥିପାଇଁ 13, 277 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। 2019ରୁ ଏହି ପୁନଃନିର୍ମାଣ କାର୍ଯ୍ୟ ହେବା ଦିନଠୁ ପୁରୁଣା କାରଖାନାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ସହ ସଫା କରାଯାଇଛି । ଚୀନର ଏକ ବିଶ୍ବସ୍ତରୀୟ ସଂସ୍ଥା କାରଖାନାର ନିର୍ମାଣ ଦାୟିତ୍ବ ହାତକୁ ନେଇଛି । 2002ରେ କାରଖାନା ବନ୍ଦ ହେବା ପରେ ଅନେକ ନିଜ ଚାକିରୀ ହରାଇଥିଲେ । ହେଲେ ବର୍ତ୍ତମାନ ପୁଣି ଲୋକଙ୍କ ମନରେ ଛୋଟ ଆଶାଟିଏ ଉଦଜୀବିତ କରିପାରିଛି କାରଖାନାର ପୁନଃନିର୍ମାଣ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details