ଓଡିଶା

odisha

ETV Bharat / state

ବାଘୁଣୀକୁ ଜଗିବେ ହାତୀ - ଏନକ୍ଲୋଜର

ଏବେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଏନକ୍ଲୋଜରରେ ଥିବା ବାଘୁଣୀକୁ ଜଗିବେ ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାର।

elephant
ବାଘୁଣୀକୁ ଜଗିବେ ହାତୀ

By

Published : Jun 13, 2020, 9:39 AM IST

Updated : Jun 13, 2020, 9:09 PM IST

ଅନୁଗୋଳ: ବାଘୁଣୀକୁ ଜଗିବେ ହାତୀ । ଏବେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଏନକ୍ଲୋଜରରେ ଥିବା ବାଘୁଣୀକୁ ଜଗିବେ ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାର।

ସେଥିପାଇଁ ଦୀର୍ଘ ଦିନ ହେଲା ଟିକରପଡା ରେଞ୍ଜରେ ଥିବା ଏହି ଦୁଇ ହାତୀଙ୍କୁ ରାଇଗୋଡା ରେଞ୍ଜର ବାଘୁଣୀ ରହୁଥିବା ଏନକ୍ଲୋଜର ନିକଟକୁ ନିଆଯାଇଛି। ସେଠାରେ ଏହି ଦୁଇ ହାତୀ ରହିବେ। ପୂର୍ବରୁ ଏଠାକୁ ଶିକାରୀ ଓ ଚୋର ଧରିବାକୁ ଟ୍ରେନିଂ ପ୍ରାପ୍ତ କୁକୁର ଅଣା ଯାଇଥିଲା କିନ୍ତୁ ଏହି ଉପାୟ ଫେଲ ମାରିଥିଲା। ଏବେ ଏହି ହାତୀ ବାଘୁଣୀକୁ ସୁରକ୍ଷା ଦେବାରେ ନିୟୋଜିତ ରହିବ ।

ବାଘୁଣୀକୁ ଜଗିବେ ହାତୀ

ଗତ ୨୦୧୯ ଜାନୁଆରୀ ମାସରୁ ସିମିଳିପାଳରୁ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଶାତକୋଶିଆକୁ ଅଣାଯାଇଥିଲା । ଉଦ୍ଦେଶ୍ୟ ଥିଲା ମଣିଷ ଖିଆ ବାଘୁଣୀକୁ ପୁଣି ଥରେ ଏନକ୍ଲୋଜର ଭିତରୁ ବାହାରକୁ ଛଡ଼ାଗଲେ ଏହି ହାତୀ ଦ୍ୱାରା ପେଟ୍ରୋଲିଂ କରାଯାଇ ତାର ଗତି ଵିଧି ଉପରେ ନଜର ରଖାଯିବ।

ସେଥିପାଇଁ ଦୁହିଁଙ୍କୁ ସାତକୋଶିଆ ଜଙ୍ଗଲ ସହ ପରିଚୟ କରାଗଲା । ତେବେ ବାଘୁଣୀ ଏନକ୍ଲୋଜର ଭିତରୁ ବାହାରକୁ ବାହାରିବା ସମ୍ଭାବନା ନଥିବାରୁ ଟିକରପଡାରେ ଥିବା ହାତୀଶାଳରେ ସେମାଙ୍କୁ ରଖାଯାଇଥିଲା । ଗତ ସପ୍ତାହରେ ହାତୀ ମାନଙ୍କୁ କର୍ତ୍ତୃପକ୍ଷ ରାଇଗୋଡା ରେଞ୍ଜ କୁ ନେଇଛନ୍ତି। ସେଠାରେ ପୁଣି ଏମାନଙ୍କୁ ଜଙ୍ଗଲ ସହ ପରିଚୟ କରାଇବା ପେଟ୍ରୋଲିଂ ଓ ଏନକ୍ଳୋଜରେ ଥିବା ବାଘୁଣୀର ନିକଟତର କରାଇବାର ଲକ୍ଷ ରଖିଛି ବିଭାଗ ।

ତେବେ ଏନେଇ ବନ୍ୟଜନ୍ତୁ ପ୍ରେମୀଙ୍କ କହିବା କଥା ବ୍ୟଘ୍ର ସ୍ଥାନାନ୍ତର ପ୍ରକ୍ରିୟାରେ ବାନ୍ଧବଗଡରୁ ଆସିଥିବା ଅଣ୍ଡିରା ବାଘର ମୃତ୍ୟୁ ପରେ ମଣିଷ ଖାଇ ବଦନାମ ହୋଇଥିବା ବାଘୁଣୀ ଏନକ୍ଲୋଜର ଭିତରେ ଅଛି। ତେଣୁ ତା ସୁରକ୍ଷା ଓ ଗତିବିଧିର କଣ ଆବଶ୍ୟକତା ରହିଛି।

ବାଘୁଣୀ ଏନକ୍ଲୋଜର ଭିତରୁ କେବେ ବାହାରିବ ତାହା ଏଯାଏଁ ନିଷ୍ପତ୍ତି ହୋଇନାହିଁ। କିନ୍ତୁ ମହେନ୍ଦ୍ର ଓ ରାଜକୁମାର ରାଇଗୋଡା ସ୍ଥାନାନ୍ତର ହେବାପରେ ବାଘୁଣୀକୁ ଜଙ୍ଗଲ ଭିତରକୁ ଛାଡିବା ପାଇଁ ପୁଣି ଥରେ ବନ ବିଭାଗ ଯୋଜନା କରୁଛି ଏବଂ ଏହା ପ୍ରାଥମିକ ପ୍ରସ୍ତୁତି ବୋଲି ସ୍ଥାନୀୟ ଅଧିବାସୀ ସନ୍ଦେହ କରୁଛନ୍ତି।

ସାତକୋଶିଆ ଡିଏଫଓ ମଧ୍ୟ କହିଛନ୍ତିଯେ, ଆଗାମୀ ଦିନରେ ବାଘୁଣୀକୁ ଜଙ୍ଗଲକୁ ଛଡ଼ାଗଲେ ଏହି ହାତୀ ଦ୍ୱାରା ହିଁ ତାର ଗତିବିଧି ଲକ୍ଷ୍ୟ କରାଯାଇ ପାରିବ। ତେଣୁ ପ୍ରଥମେ ବାଘୁଣୀ ସହ ପରିଚିତ କରାଇବାକୁ ମହେନ୍ଦ୍ର ଓ ରାଜକୁମାରଙ୍କୁ ରାଇଗୋଡା ସ୍ଥାନାନ୍ତର କରାଯାଇଛି। । ଏନକ୍ଲୋଜର ଭିତରେ ଥିବା ବାଘୁଣୀ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ । ତେଣୁ ଆଗାମୀ ଦିନରେ ଦେଖିବାର କଥା ଏନଟିସିଏ କଣ ନିଷ୍ପତି ନେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 13, 2020, 9:09 PM IST

ABOUT THE AUTHOR

...view details