ଅନୁଗୋଳ:ବନ୍ତଳା ବନାଞ୍ଚଳ ମହିଧରପୁର ମାଧିଆମୁଣ୍ଡା ସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଲୋକଙ୍କ ସୂଚନା ଅନୁସାରେ ପ୍ରାୟ ୨୦ରୁ ଅଧିକ ହାତୀ ବିଳମ୍ବିତ ରାତିରେ ଆସି ବ୍ୟାପକ ପନିପରିବା ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଲଗାତାର ୫/୬ ଦିନ ହେଲା ହାତୀ ପଲ ସାହି ଛାଡି ଯାଉନାହାନ୍ତି । ଫଳରେ ଚାଷୀମାନେ ବହୁ ପରିଶ୍ରମ ଏବଂ ଖର୍ଚ୍ଚ କରି ଯାହାସବୁ ଉପାର୍ଜନ କରିଥିଲେ ସବୁ ନଷ୍ଟ ହୋଇଯାଇଛି ।
ଘର ଆଗରେ ବୁଲୁଛନ୍ତି ହାତୀପଲ, ଚିନ୍ତାରେ ଗାଁ ଲୋକେ - ଅନୁଗୋଳ ହାତୀ ପଲ
ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ମହିଧରପୁର ମାଧିଆମୁଣ୍ଡା ସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଲୋକଙ୍କ ସୂଚନା ଅନୁସାରେ ପ୍ରାୟ ୨୦ରୁ ଅଧିକ ହାତୀ ବିଳମ୍ବିତ ରାତିରେ ଆସି ବ୍ୟାପକ ପନିପରିବା ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଲଗାତାର ୫/୬ ଦିନ ହେଲା ହାତୀ ପଲ ସାହି ଛାଡି ଯାଉ ନାହାନ୍ତି । ଅଧିକ ପଢନ୍ତୁ...
ଚାଷୀଙ୍କର କୋବି, ଟମାଟୋ, ବାଇଗଣ, ଆଳୁ, କଦଳୀ ଏବଂ ଅନେକ କିସମର ପନିପରିବା ଖାଇ ନଷ୍ଟ କରି ଦେଇଛି । ସବୁଠାରୁ ବଡ଼ କଥା ହେଲା ହାତୀପଲ ଘର ପାଖକୁ ଆସି ଏଭଳି ତାଣ୍ଡବ କରୁଛନ୍ତି । ଫଳରେ ଯାହା ଫସଲ ନଷ୍ଟ ହେଉଛି ସେଥିପାଇଁ ଲୋକେ ଯେତିକି ଚିନ୍ତିତ ନାହାନ୍ତି ତା’ ଠାରୁ ଅଧିକ ସେମାନଙ୍କ ଜୀବନ ସୁରକ୍ଷା ଚିନ୍ତା । କାରଣ ଘର ଅଗଣାରେ ହାତୀପଲ ରହୁଥିବାରୁ ପିଲାଛୁଆଙ୍କୁ ନେଇ କେମିତି ରହିବେ ସେହି ଚିନ୍ତାରେ ଏବେ ଲୋକମାନେ । ଶୌଚ ପାଇଁ ଅଜାଣତରେ ବି ବାହାରକୁ ବାହାରିଲେ ଆକ୍ରମଣର ଆଶଙ୍କା ରହିଛି । ତେଣୁ, ସନ୍ଧ୍ୟା ହେଲେ କବାଟ ପକାଇ ଘର ଭିତରେ ରହୁଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକେ କିଛି ଦିନ ହେଲା ନିଜେ ନିଆଁ ଜାଳି ହାତୀ ଘଉଡାଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି । ଏବେ ଲୋକମାନେ ଭୟ ଓ ଆତଙ୍କକରେ ଦିନ ବିତାଉଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ