ଓଡିଶା

odisha

ETV Bharat / state

ଧାନକ୍ଷେତ ଉଜାଡିଦେଲେ ହାତୀ ପଲ

ଧାନକ୍ଷେତରେ ହାତୀ ପଲ । ଉଜାଡ଼ି ଦେଲା ଏକର ଏକର ଫସଲ । ଅନୁଗୋଳ ଜିଲ୍ଲା କଣିହାଁ ବଜରକୋଟ ଗାଁ ଚାଷ ଜମିରେ ପସିଛନ୍ତି ହାତୀ ପଲ । ଅଧିକ ଖବର ପଢନ୍ତୁ...

By

Published : Dec 11, 2019, 10:54 AM IST

ଧାନକ୍ଷେତରେ ଫସଲ ଉଜାଡିଦେଲେ ହାତୀ ପଲ
ଧାନକ୍ଷେତରେ ଫସଲ ଉଜାଡିଦେଲେ ହାତୀ ପଲ

ଅନୁଗୋଳ: ଧାନକ୍ଷେତରେ ହାତୀ ପଲ । ଉଜାଡ଼ି ଦେଲା ଏକର ଏକର ଫସଲ । ଅନୁଗୋଳ ଜିଲ୍ଲା କଣିହାଁ ବଜରକୋଟ ଗାଁ ଚାଷ ଜମିରେ ପସିଛନ୍ତି ହାତୀ ପଲ । କଣିହାଁ ବନାଞ୍ଚଳ ଅନ୍ତର୍ଗତ ବଜ୍ରକୋଟ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

ଧାନକ୍ଷେତରେ ଫସଲ ଉଜାଡିଦେଲେ ହାତୀ ପଲ

ମଙ୍ଗଳବାର ରାତିରେ ପ୍ରାୟ 26ଟିକିଆ ହାତୀପଲ ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ପ୍ରାୟ 5ଏକର ଜମିରେ ପାଚିଲା ଧାନ ଖାଇ ଦେବା ସହ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ହାତୀପଲ ଏବେ ମଧ୍ୟ ଗାଁ ନିକଟରେ ଥିବା ଜଣାପଡିଛି । ବର୍ତ୍ତମାନ ଧାନ ଅମଳ ବେଳ ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ବିଲକୁ ଧାନ କାଟି ଯିବାକୁ ଭୟ କରୁଛନ୍ତି ଚାଷୀ । ବନବିଭାଗ ହାତୀ ପଲଙ୍କୁ ଘଉଡାଇବାରେ ବିଫଳ ହୋଇଛନ୍ତି । ସେପଟେ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାସହ ଗାଁ ନିକଟରୁ ହାତୀ ପଲକୁ ଘଉଡାଇବାକୁ ଚାଷୀମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details