ଓଡିଶା

odisha

ETV Bharat / state

ଅନୁଗୋଳରେ ଦନ୍ତା ଆତଙ୍କ; ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର - house

ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ । ଗାଁ ଭିତରେ ପଶି ଉତ୍ପାତ ମଚାଉଛନ୍ତି ହାତୀପଲ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

By

Published : Jul 2, 2019, 3:44 PM IST

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ବନ୍ତଳା ବନାଞ୍ଚଳ ବ୍ରହ୍ମପୁର ଗାଁରେ ଦନ୍ତା ଆତଙ୍କ । ଘର ଭାଙ୍ଗିଲା, ଧାନ ଚାଉଳ ଖାଇଲା ଦନ୍ତା । ଅଳ୍ପକେ ବଞ୍ଚିଯାଇଛନ୍ତି ପରିବାର ସଦସ୍ୟ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ସୂଚନା ମୁତାବକ, ସୋମବାର ରାତିରେ ହାତୀପଲ ଗାଁର ତରୁଣ ପ୍ରଧାନଙ୍କ ଘରେ ଉତ୍ପାତ କରିଥିଲେ । ଦୁଇ ବଖରା ଘର ଭାଙ୍ଗି ଦେଇଛନ୍ତି ହାତୀ । ଘରେ ପଶି ଧାନ ଚାଉଳ ଖାଇଛନ୍ତି । ତରୁଣ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଘଟିଛି ଏହି ଘଟଣା । ସୌଭାଗ୍ୟବଶତଃ ହାତୀପଲ ଦେଖି ଦୌଡ଼ି ପଳାଇଥିଲେ ପରିବାର ଲୋକେ । ଦୀର୍ଘ ସମୟ ଧରି ଚାଲିଥିଲା ହାତୀ ଉପଦ୍ରବ ।

ଅଭିଯୋଗ ହୋଇଛି, ସନ୍ଧ୍ୟା ହେଲେ ଗାଁରେ ବିଦ୍ୟୁତ କାଟ ହେଉଛି । ଫଳରେ ଅନ୍ଧାରରେ ହାତୀପଲ ଗାଁକୁ ପଶୁଛନ୍ତି । ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ହାତୀ ଉପଦ୍ରଵ ରୋକିବାକୁ ଲୋକେ ବାରମ୍ବାର ବନବିଭାଗକୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details