ଓଡିଶା

odisha

ETV Bharat / state

'ଜିଲ୍ଲାର ବିକାଶ ମୋର ଲକ୍ଷ୍ୟ'

ଅନୁଗୋଳ ଜିଲ୍ଲା ସଭାପତି ତଥା କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିପ୍ଲବ ଜେନା । ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସହରର ସବୁ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ସହ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଇବା ତାଙ୍କର 2019 ନିର୍ବାଚନୀ ପ୍ରତିଶ୍ରୁତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Mar 31, 2019, 11:58 PM IST


ଅନୁଗୋଳ: ଶିଳ୍ପ ବହୁଳ ଜିଲ୍ଲା । ମାତ୍ର ଏଠାରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଅଧିକ । ନିର୍ବାଚନରେ ବିଜୟୀ ହେଲେ ନିର୍ବାଚନ ମଣ୍ଡଳୀରେ ଥିବା ଶିଳ୍ପାଞ୍ଚଳରେ ବେକାରୀଙ୍କୁ ନିଯୁକ୍ତି ଦେବି । ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଅନୁଗୋଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିପ୍ଲବ ଜେନା । ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ବିପ୍ଲବ ନିଜ ପ୍ରତିକ୍ରିୟା ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବିପ୍ଲବଙ୍କଅଭିଯୋଗ ଅନୁଯାୟୀ, ଜିଲ୍ଲା ସଭାପତି ହେବା ପର ଠାରୁ ବନ୍ତଳା ଅଞ୍ଚଳରେ ଶୀତଳ ଭଣ୍ଡାର, ଫାୟାର ବ୍ରିଗେଡ, ହିଡିସିଂ ପ୍ରୋଜେକ୍ଟ ପାଇଁ ଦାବି କରିଆସୁଥିଲି । ମାତ୍ର କେହି ତାଙ୍କର କଥାକୁ କର୍ଣ୍ଣପାତ କରିନାହାଁନ୍ତି । ଏବେ ପ୍ରତି ଗାଁରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବାକି ରହିଛି । ସେ ନିର୍ବାଚନ ଜିତିବା ପରେ ଜିଲ୍ଲାର ପ୍ରଥମେ ଏହି ସବୁ ବିକାଶମୂଳକ କାମକୁ ସମ୍ପୂର୍ଣ୍ଣ କରିବେ ।

ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟି କାର୍ଡ ତାଙ୍କର ମୁଖ୍ୟ ସ୍ଲୋଗାନ ରହିଛି । ସେହିପରି ନିରଞ୍ଜନ ପଟ୍ଟନାୟକଙ୍କ ଚାଷୀଙ୍କୁ ସୋଲା ପମ୍ପ ମାଗଣା ସହ 5 ବର୍ଷ ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବେ । ଏହାସହ ସେ ବିଧାୟକ ହେବା ପରେ ଏମପି ଓ ଏମଏଲଏ ଲ୍ୟାଡକୁ ଲୋକଙ୍କ ହିତରେ ବିନିଯୋଗ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details