ଓଡିଶା

odisha

By

Published : Feb 23, 2021, 2:56 PM IST

ETV Bharat / state

ଧାନବିକ୍ରିରେ ଅନିୟମିତତା ନେଇ ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୋଳ ଜିଲ୍ଲାରେ ଧାନବିକ୍ରିରେ ଅନିୟମିତତା ହେଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

ଧାନ ବିକ୍ରିରେ ଅନିୟମିତତା ନେଇ ଜିଲ୍ଲା କଂଗ୍ରେସର ଅଭିଯୋଗ
ଧାନ ବିକ୍ରିରେ ଅନିୟମିତତା ନେଇ ଜିଲ୍ଲା କଂଗ୍ରେସର ଅଭିଯୋଗ

ଅନୁଗୋଳ: ଜିଲ୍ଲାରେ ଧାନ ବିକ୍ରିରେ ଅନିୟମିତତା ଅଭିଯୋଗ । ଟୋକନ ନଥିବାରୁ ଧାନ ବିକ୍ରି କରିପାରୁନି ଚାଷୀ । ବାରମ୍ବାର ଆପତ୍ତି ପରେ ବି ପ୍ରଶାସନ ଶୁଣିବାକୁ ନାରାଜ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଦୁର୍ଗାପୁର ସମବାୟ ସମିତିରେ ।

ଧାନ ବିକ୍ରିରେ ଅନିୟମିତତା ନେଇ ଜିଲ୍ଲା କଂଗ୍ରେସର ଅଭିଯୋଗ

ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନବିକ୍ରିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏନେଇ କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି। କଂଗ୍ରେସର ଅଭିଯୋଗ ମୁତାବକ ଜିଲ୍ଲାର ଗଡ଼ତଳମୂଳ, ଦୁର୍ଗାପୁର ଆଦି ସ୍ଥାନରେ ବହୁ ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଛି । ସରକାରଙ୍କ ଟୋକନ ବ୍ୟବସ୍ଥା ପାଇଁ ମଣ୍ଡିରୁ ଧାନ ବିକ୍ରି ହୋଇପାରୁ ନାହିଁ ।

ଟୋକନ ଥାଇ ମଧ୍ୟ କିଛି ଚାଷୀ ଧାନ ବିକ୍ରି କରି ନପାରି ବସି ରହିଛନ୍ତି । ଅଚାନକ ଭାବେ ମଣ୍ଡି ବନ୍ଦ ହୋଇଯିବା କାରଣରୁ ଚାଷୀମାନେ ହତାଶ ହୋଇ ପଡିବା ସହ ଚାଷ ସମୟରେ କରିଥିବା ଧାର କରଜ ସୁଝି ପାରୁ ନାହାଁନ୍ତି । ଏଣୁ ଏହାର ସମାଧାନ ସୂରୁପ ମଣ୍ଡି ପୁନଶ୍ଚ ଚଳାଇବାର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ସମସ୍ୟାର ସମାଧାନ ନ କରାଗଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଧମକ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details