ଓଡିଶା

odisha

ETV Bharat / state

ଫେରିଲା ବୁଲଡୋଜର, ଦାବି ଆଗରେ ମଥା ନୂଆଁଇଲା ପ୍ରଶାସନ

ଲୋକବଳ ଆଗରେ ହାର ମାନିଛି ପ୍ରଶାସନ ଓ ଫେରାଇ ନେଇଛି ବୁଲଡୋଜର । ଗାଁ ଗୋଚର ଜମିକୁ ନେଇ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ୱର

By

Published : Feb 12, 2019, 4:34 PM IST

ଅନୁଗୋଳ: କୁମଣ୍ଡ ଗାଁ ଗୋଚର ଜମିକୁ ନେଇ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ଏହି ବିବାଦ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ 20 ବର୍ଷ ହେବ ଲାଗିରହିଛି ଏହି ବିବାଦ । ହେଲେ ଲୋକବଳ ଆଗରେ ହାର ମାନିଛି ପ୍ରଶାସନ ଓ ଫେରାଇ ନେଇଛି ବୁଲଡୋଜର ।

ଖବର ଅନୁଯାୟୀ, ଅନୁଗୋଳ ସହରକୁ ଲାଗିଥିବା କୁମଣ୍ଡ ଗାଁ ଗୋଚର ଜମିରେ ଦୀର୍ଘ 20 ବର୍ଷରୁ ଅଧିକ ଦିନ ହେବ ବସ୍ତିବାସିନ୍ଦା ରହିଆସୁଛନ୍ତି । ଏହି ଲୋକମାନଙ୍କୁ ଉଛେଦ ପାଇଁ ଜିଲ୍ଲା ପ୍ରଶାସନ ବହୁତଥର ଉଦ୍ୟମ କରିଛି । ହେଲେ ମଙ୍ଗଳବାର ଏହି ବସ୍ତିବାସିନ୍ଦାଙ୍କ ଉପରେ ମାନବିକତା ଦେଖାଇଛି ପ୍ରଶାସନ ।

ଯେଉଁ 16 ଏକର ଜମି ଜବର ଦଖଲ କରାଯାଇଛି ସେଥିରେ ପାଖାପାଖି 80ରୁ ଅଧିକ ଗରିବ ପରିବାର ରହୁଛନ୍ତି । ତେଣୁ ଏହି ବେସାହାରାଙ୍କ ପ୍ରଥମେ ଗୋଟିଏ ଏକର ଜମିରେ ଥଇଥାନ ଓ ପରେ ଉଚ୍ଛେଦ କରାଯିବର ନିଷ୍ପତି ନେଇଛି ପ୍ରଶାସନ ।

ସେଥିପାଇଁ ଲୋକଙ୍କୁ ଗୋଟିଏ ମାସ ସମୟ ମଧ୍ୟ ଦିଆଯାଇଛି । ପ୍ରଶାସନର ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ବସ୍ତିବାସିନ୍ଦା । ତାଙ୍କ କହିବା କଥା ମୂଲମଜୁରୀ କରି ସେମାନେ ସହରରେ ବଞ୍ଚନ୍ତି । ଯଦି ପ୍ରଶାସନ ତାଙ୍କୁ ବେଘର କରିଥାନ୍ତା ତେବେ ସେମାନେ କଣ କରିଥାନ୍ତେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ । ଏବେ ଯେଉଁ ନିଷ୍ପତି ନିଆଯାଇଛି ତାହା ସେମାନଙ୍କ ପାଇଁ ଉଚିତ
ପଦକ୍ଷେପ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details