ଅନୁଗୋଳ: ଜାତୀୟ ରାଜପଥ ପାଲିଟିଛି ମରଣଯନ୍ତା । ଦୋହରି କରଣ ନାଁରେ ରାସ୍ତା ସଜାଡିବା ଦୂରର କଥା ଟଙ୍କା ହଡପ କରିଛି ଠିକା କମ୍ପାନୀ । ଏମିତି ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ସମର୍ଥକ ।
ଏନଏଚର ଦୂରାବସ୍ଥାକୁ ନେଇ ଆନ୍ଦୋଳନରେ ସାଂସଦ ଓ ସମର୍ଥକ - Dhenkanala MP and his supporter in strike
55 ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ଆନ୍ଦୋଳକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ସମର୍ଥକ ।
ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା 55 ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ଚାଲିଛି ଏହି ଆନ୍ଦୋଳନ । ନିଜ ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ରାଜପଥ ଅବରୋଧ କରିଛନ୍ତି । ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଏଥିପାଇଁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ ଟାରୁ ୧୧ଟା ପର୍ଯ୍ୟନ୍ତ ଜିଲ୍ଲାର ଅନୁଗୋଳ କାଲଟାକ୍ସ ଛକଠାରେ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ରାସ୍ତାରୋକ କରାଯାଇଥିଲା । ଏହି ରାସ୍ତାରୋକ ଫଳରେ ଜାତୀୟ ରାଜପଥ ୫୫ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ