ଓଡିଶା

odisha

ETV Bharat / state

ବାତ୍ୟା ‘ଫନି’ ପାଇଁ ଅନୁଗୋଳରେ ପ୍ରସ୍ତୁତି ଶେଷ - over

ବାତ୍ୟା ‘ଫନି’ ପାଇଁ ଅନୁଗୋଳ ଜିଲ୍ଲା ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଥିବାରୁ ଏଠାରେ ପ୍ରବଳ ବର୍ଷା ଓ ଖୁବ ଜୋରରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମହାନଦୀ କୂଳରେ ଥିବା ଖାଲୁଆ ଅଞ୍ଚଳ ଥିବା ଟିକରପଡା, ବେହେରାସାହି, ଗଇନ୍ଦି ଓ ଆଠମଲ୍ଲିକ ଏନଏସିର 3ଟି ୱାର୍ଡରୁ ପ୍ରାୟ 5ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

By

Published : May 2, 2019, 1:14 PM IST

ଅନୁଗୋଳ: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଅନୁଗୋଳ ଜିଲ୍ଲା ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଥିବାରୁ ଏଠାରେ ପ୍ରବଳ ବର୍ଷା ଓ ଖୁବ ଜୋରରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମହାନଦୀ କୂଳରେ ଥିବା ଖାଲୁଆ ଅଞ୍ଚଳ ଥିବା ଟିକରପଡା, ବେହେରାସହି, ଗଇନ୍ଦି ଓ ଆଠମଲ୍ଲିକ ଏନଏସିର 3ଟି ୱାର୍ଡରୁ ପ୍ରାୟ 5ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ତେବେ ଏଠାରେ ବାତ୍ୟା ଆଶ୍ରୟ ସ୍ଥଳୀ ନଥିବାରୁ ସ୍କୁଲ ଘର ଗୁଡିକୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯାଇଛି। ଏଥିସହ ଆସନ୍ତା 3ଦିନ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏହାଛଡା ପ୍ରଶାସନ ତରଫରୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, କିରୋସିନୀ, ପଲିଥିନ ମହଜୁଦ ରଖାଯାଇଛି।


ଏଠାରେ ବାତ୍ୟା ‘ଫନି’ ପାଇଁ ପ୍ରଶାସନ ପକ୍ଷରୁ ଓଡ୍ରାଫ୍ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ଏଥିସହ ଆବଶ୍ୟକ ସଂଖ୍ୟକ ଡଙ୍ଗା ମଧ୍ୟ ରହିଛି । ତେବେ ଗୁରୁବାର ସନ୍ଧ୍ୟା ସୁଦ୍ଧା ସମସ୍ତ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଶୁକ୍ରବାର ସୁଦ୍ଧା ଏଠାରେ ଫନିର ପ୍ରଭାବ ଜଣା ପଡିବ ବୋଲି ଅନୁମାନ କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details