ଅନୁଗାେଳ: ଧାନ ବିକ୍ରି ନେଇ ଚାଷୀଙ୍କୁ ଅବହେଳା ଅଭିଯୋଗ । ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ସମବାୟ ସମିତିରେ ଚାଷୀ ଯେତିିକି ଧାନ ବିକ୍ରି କରିବା କଥା ସେତିକି କରି ପାରୁ ନାହାନ୍ତି । ଏ ନେଇ ଅଭିଯୋଗ କରିଛନ୍ତି ଶତାଧିକ ଚାଷୀ ।
ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ କିଶୋରନଗର ବ୍ଲକ ଅଙ୍ଗପଡା ସମବାୟ ସମିତିରେ ପ୍ରାୟ ଶତାଧିକ ଚାଷୀଙ୍କୁ ଧାନ ବିକ୍ରିରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଳ ଧାନ ଅମଳ ହାେଇଥିଲେ ମଧ୍ୟ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରୁନାହାନ୍ତି । ଧାନ ବିକ୍ରି ପାଇଁ ଏ ପର୍ଯ୍ୟନ୍ତ ସେମାମନଙ୍କ ନାଁ ପଞ୍ଜୀକରଣ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ପୂର୍ବ ବର୍ଷ ଗୁଡିକରେ ଯେଉଁ ଚାଷୀ ଅଧିକ ଧାନ ବିକ୍ରି କରିଥିଲେ ସେହି ଚାଷୀଙ୍କୁ ଚଳିତ ବର୍ଷ ଖୁବ କମ ଧାନ ବିକ୍ରି କରିବାକୁ ଟୋକନ ଦିଆଯାଇଛି। ଫଳରେ ବଡ଼ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କର ଉତ୍ପାଦିତ ଧାନ କେଉଁଠି ବିକିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।
ସମବାୟ ସମିତିର ସମ୍ପାଦକ ଜାଣି ଶୁଣି ଏଭଳି ଚଂଚକତା କରିଥିବା ଅଭିଯୋଗ କରିଛନ୍ତି ଶତାଧିକ ଚାଷୀ । ଏହାର ପ୍ରତିବାଦ କରି ଚାଷୀମାନେ ସମିତିକୁ ଘେରାଉ କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି। ତେବେ ଆଠମଲ୍ଲିକ ଏଆରସିଏସ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ତୁରନ୍ତ ତଦନ୍ତ କରି ଜିଲ୍ଲାପାଳଙ୍କ ଦୃଷ୍ଟିରେ ଆଣିବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ