ଓଡିଶା

odisha

ETV Bharat / state

ଅନୁଗୋଳରେ ବଢୁଛି ସଂକ୍ରମଣ, ୮୭୧୯ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା - କୋରୋନା ପଜିଟିଭ କେସ୍‌

ଗୁରୁବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୧୯ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୮୭୧୯ରେ ପହଞ୍ଚିଛି ।

ଅନୁଗୋଳରେ ବଢୁଛି ସଂକ୍ରମଣ, ୮୭୧୯ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ଅନୁଗୋଳରେ ବଢୁଛି ସଂକ୍ରମଣ, ୮୭୧୯ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

By

Published : Oct 30, 2020, 11:52 AM IST

ଅନୁଗୋଳ: ଜିଲ୍ଲାରେ କୋରୋନା ଥମିବାର ନାଁ ନେଉନି । ଗୁରୁବାର ଜିଲ୍ଲାରୁ ଗୋଟିଏ ଦିନରେ ୧୧୯ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁରୁବାରର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୮୭୧୯ରେ ପହଞ୍ଚିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୪୩ ଜଣ ( ୩୨ ଜଣ ପୁରୁଷ ଓ ୧୧ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୧୫ ଜଣ ( ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ) , ତାଳଚେର ବ୍ଳକ୍ ଅଞ୍ଚଳରୁ ୧୩ଜଣ ( ୧୧ ଜଣ ପୁରୁଷ ଓ ୨ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୨ଜଣ ( ୯ ଜଣ ପୁରୁଷ ଓ ୩ ଜଣ ମହିଳା ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୯ଜଣ ( ୭ ଜଣ ପୁରୁଷ ଓ ୨ ଜଣ ମହିଳା ) , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୯ ଜଣ ( ୭ ଜଣ ପୁରୁଷ ଓ ୨ ଜଣ ମହିଳା ) , ପାଲଲହଡା ବ୍ଳକ୍ ଅଞ୍ଚଳରୁ ୫ଜଣ ( ୩ଜଣ ପୁରୁଷ ଓ ୨ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୪ଜଣ ( ୩ ଜଣ ପୁରୁଷ ଓ ୧ଜଣ ମହିଳା ) , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ( ୧ ଜଣ ପୁରୁଷ ଓ ୨ ଜଣ ମହିଳା ) , କିଶୋରନଗର ବ୍ଲକ୍ ଅଞ୍ଚଳରୁ ୨ ଜଣ ( ୧ ଜଣ ପୁରୁଷ ଓ ୧ ଜଣ ମହିଳା ) ଓ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୧ଜଣ ( ୧ ଜଣ ପୁରୁଷ ) ଅଛନ୍ତି ।

ଅନୁଗୋଳ କୋଭିଡ ଅପଡେଟ

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ସେପଟେ ଗୁରୁବାର ଜିଲ୍ଲାରୁ ୧୧୦ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ କୋଭିଡ ହସ୍ପିଟାଲରୁ , ଜଣେ କୋଭିଡ କେୟାର ସେଣ୍ଟରରୁ ଓ ୧୦୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details