ଓଡିଶା

odisha

ETV Bharat / state

ଘର ଭିତରେ ବାଣ ବିସ୍ଫୋରଣ, 3 ଆହତ

ବାଣ ବିସ୍ଫୋରଣ ଘଟି ଘରର ଛପର ଉଡିଯାଇଥିବାବେଳେ ବଡ ଧରଣର ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳରେ ଘଟିଛି ଏହି ବାଣ ବିସ୍ଫୋରଣ ।

By

Published : May 20, 2019, 5:35 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଘରେ ବାଣ ମହଜୁଦ ରଖିବା ହେଲା କାଳ । ବାଣ ବିସ୍ଫୋରଣ ଘଟି ଘରର ଛପର ଉଡିଯାଇଥିବାବେଳେ ବଡ ଧରଣର ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳରେ ଘଟିଛି ଏହି ବାଣ ବିସ୍ଫୋରଣ । ଥାନାର କୁମ୍ଭାର ସାହିର ବିନୋଜ ସାହୁଙ୍କ ଘରେ ହୋଇଛି ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଯେଉଁଥିରେ ବିନୋଜଙ୍କ ସମେତ ତାଙ୍କ ସ୍ତ୍ରୀ ମମତା ଓ ପୁଅ ଦେବାଶିଷ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଦମକଳ ବାହିନୀ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । ତେବେ କେତେ ପରିମାଣରେ ବାଣ ମହଜୁଦ ଥିଲା ଓ କାହିଁକି ଥିଲା ତାହା ଜଣା ପଡ଼ିନାହିଁ ?

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details