ଅନୁଗୋଳ:ଦ୍ବିତୀୟ ଲହରରେ ଜିଲ୍ଲାରେ ଉପର ମୁହାଁ ହୋଇଛି କୋରୋନା ସଂକ୍ରମଣ । ଲୋକଙ୍କ ସଚେତନତା ଅଭାବରୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ୨୫ରୁ ୩୦ଜଣ ସଂକ୍ରମଣ ହେଉଛନ୍ତି । ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇଛି ।
ଗତକାଲି ଠାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ସମସ୍ତ ଦୋକାନ, ସପିଙ୍ଗ ମଲ ଓ ଅନ୍ୟାନ୍ୟ ସ୍ଥାନରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜ ବାଧ୍ୟତା ମୂଳକ କରାଯାଇଛି । ଏସପିଙ୍କ ତତ୍ୱବାଧାନରେ ଅନୁଗୋଳ ଉପଜିଲ୍ଲାପାଳ, ତହସିଲଦାର, ପୌରପରିଷଦ ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହ ଅନୁଗୋଳ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।