ଓଡିଶା

odisha

ETV Bharat / state

ଜୀବିକାରେ ବାଧକ କୋରୋନା କଟକଣା

କୋରୋନାର କଟକଣା ଛଡାଇ ନେଲାଣି ଜୀବିକା । ବିଶେଷ କରି ଟ୍ରଲି ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ଚାଳକ ଏବେ ଚିନ୍ତାରେ । ଗତ ପ୍ରାୟ ୧୫ ଦିନ ହେବ ବେକାରରେ ଘରେ ବସି ରହିଛନ୍ତି ଏହି ଟ୍ରଲି ଚାଳକ । ଅଧିକ ପଢନ୍ତୁ...

ଜୀବିକାରେ ବାଧକ କୋରୋନା କଟକଣା
ଜୀବିକାରେ ବାଧକ କୋରୋନା କଟକଣା

By

Published : May 19, 2021, 2:26 PM IST

ଅନୁଗୋଳ: କୋରୋନାର କଟକଣା ଛଡାଇ ନେଲାଣି ଜୀବିକା । ବିଶେଷ କରି ଟ୍ରଲି ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ଚାଳକ ଏବେ ଚିନ୍ତାରେ । ଗତ ପ୍ରାୟ ୧୫ ଦିନ ହେବ ବେକାରରେ ଘରେ ବସି ରହିଛନ୍ତି ଏହି ଟ୍ରଲି ଚାଳକ । ଏ ଦୃଶ୍ୟ ହେଉଛି ଅନୁଗୋଳ ସହରର ।

ଜୀବିକାରେ ବାଧକ କୋରୋନା କଟକଣା

ପରର ମୂଲ ଲାଗି ବିଭିନ୍ନ ଦୋକାନରୁ ଜିନିଷପତ୍ର ନେବା ଆଣିବା କରି ଯାହା ପଇସା ମିଳେ ସେଥିରେ ସେମାନଙ୍କ ପରିବାର ଚଳେ । ଜଣେ ଜଣେ ଟ୍ରଲି ଚାଳକ ଦୈନିକ ପ୍ରାୟ ୨ଶହ ରୁ ୩ଶହ ଟଙ୍କା ରୋଜଗାର କରନ୍ତି । ହେଲେ କୋରୋନା କଟକଣା ସେମାନଙ୍କର ସବୁ କିଛି ଛଡାଇ ନେଇଛି । ଦିନକୁ ଦିନ କୋରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର ଲକଡାଉନ, ସଟଡାଉନ ଓ ନାଇଟ କର୍ଫ୍ୟୁ ଲଗାଇଛନ୍ତି । ଫଳରେ ସବୁ ଦୋକାନ ବଜାର ବନ୍ଦ ଥିବାରୁ ଏବେ ହାତ ବାନ୍ଧି ଘରେ ବସି ରହିଛନ୍ତି ଟ୍ରଲି ଚାଳକ ।

ଅନୁଗୋଳ ସହରର ନାଖରା ସାହି ଓ ହୁଳୁରୁସିଂହା ମୁଖୀ ସାହିର ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ କାମ କରନ୍ତି । କିନ୍ତୁ ଲକଡାଉନ ପାଇଁ ସବୁ ବନ୍ଦ ହୋଇ ଯାଇଥିବାରୁ ଟ୍ରଲି ରିକ୍ସାଗୁଡିକୁ କିଏ ନିଜ ଘର ଆଗରେ ରଖିଛି ତ ଆଉ କିଏ କେଉଁ ଗଛ କିମ୍ବା ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦେଇଛି । କିଛି ଟ୍ରଲି ଚାଳକ ମନରେ ଆଶା ବାନ୍ଧି ସକାଳୁ ସକାକୁ ନିଜ ନିଜ ଟ୍ରଲି ରିକ୍ସା ନେଇ ଆସୁଛନ୍ତି । ବିଭନ୍ନ ଛକ ଜାଗାରେ ରହୁଛନ୍ତି । ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିବା ପରେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଏଭଳି ସ୍ଥିତି ଜାରି ରହିଲେ ସେମାନେ କଣ କରିବେ, କେମିତି ପରିବାର ଚଳାଇବେ ଏବଂ ପିଲାଛୁଆଙ୍କ ମୁହଁରେ କିପରି ଦାନା ମୁଠାଏ ଦେବେ, ସେହି ଚିନ୍ତାରେ ଏବେ ଟ୍ରଲି ଚାଳକ ।

ଗୋଟିଏ ପଟେ ଜୀବନ ଆଉ ଗୋଟିଏ ପଟେ ମହାମାରୀଠାରୁ ରକ୍ଷା ପାଇବାର ପ୍ରୟାସ, ଆଉ ଅନ୍ୟ ପଟେ ଜୀବିକା । ଏହାରି ଭିତରେ ବଞ୍ଚିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details