ଓଡିଶା

odisha

ETV Bharat / state

କଳକାରଖାନା ମାଲିକଙ୍କ ଚିନ୍ତା ବଢାଇଲା କୋରୋନା ଲକଡାଉନ - କୋରୋନା ଲକଡାଉନ

ତାଲା ବନ୍ଦ ପ୍ରଭାବିତ କଲାଣି ବିଶ୍ବ ଅର୍ଥନୀତିକୁ । ପ୍ରଭାବିତ ହୋଇଛନ୍ତି ଶିଳ୍ପ ସଂସ୍ଥା । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକରେ ଏକ ପ୍ରକାରର ବନ୍ଦ ପରିସ୍ଥିତି । ଏହାର ସବୁଠାରୁ ଅଧିକ ପ୍ରଭାବ ପଡିଛି ଶିଳ୍ପ ନଗରୀ ଅନୁଗୋଳ ଜିଲାରେ ଗଢିଉଠିଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ । ଏନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଅନେକ କାରଖାନାର ମାଲିକ । ଅଧିକ ପଢନ୍ତୁ...

କଳକାରଖାନା ମାଲିକଙ୍କ ଚିନ୍ତା ବଢାଇଲା କୋରୋନା ଲକଡାଉନ
କଳକାରଖାନା ମାଲିକଙ୍କ ଚିନ୍ତା ବଢାଇଲା କୋରୋନା ଲକଡାଉନ

By

Published : Apr 28, 2020, 12:04 PM IST

Updated : Apr 28, 2020, 1:08 PM IST

ଅନୁଗୋଳ: କୋରନା ପାଇଁ ସଙ୍କଟ ଦେଇ ଗତି କରୁଛି ସାରା ବିଶ୍ବ । ତାଲା ବନ୍ଦ ପ୍ରଭାବିତ କଲାଣି ବିଶ୍ବ ଅର୍ଥନୀତିକୁ । ପ୍ରଭାବିତ ହୋଇଛନ୍ତି ଶିଳ୍ପ ସଂସ୍ଥା । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକରେ ଏକ ପ୍ରକାରର ବନ୍ଦ ପରିସ୍ଥିତି । ଏହାର ସବୁଠାରୁ ଅଧିକ ପ୍ରଭାବ ପଡିଛି ଶିଳ୍ପ ନଗରୀ ଅନୁଗୋଳ ଜିଲାରେ ଗଢିଉଠିଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ । କେଉଁଠି ଶ୍ରମିକ ଅଭାବରୁ କାରଖାନା ଚାଲୁନି ତ ପୁଣି କୋଉଠି ଉତ୍ପାଦିତ ଦ୍ରବ୍ୟ ବିକିବାକୁ ନାହିଁ ବଜାର ସୁବିଧା । ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଅନେକ କାରଖାନାର ମାଲିକ ।

କଳକାରଖାନା ମାଲିକଙ୍କ ଚିନ୍ତା ବଢାଇଲା କୋରୋନା ଲକଡାଉନ

ତାଲାବନ୍ଦ ଯୋଗୁଁ ସବୁ କୁଛି ଠପ୍‌ ହୋଇଯଇଛି, ଯେଉଁଥିରୁ ବାଦ ପଡିନି ଶିଳ୍ପ ସଂସ୍ଥାମାନ । କ୍ଷୁଦ୍ର ଶିଳ୍ପଠାରୁ ଆରମ୍ଭ କରି ମଧ୍ୟମ ଶିଳ୍ପ ସମସ୍ତେ ଲକଡାଉନ ପାଇଁ ବେଶ ପ୍ରଭାବିତ । କେଉଁଠି ଶ୍ରମିକ ନଥିବାରୁ ଶିଳ୍ପ ସଂସ୍ଥା ବନ୍ଦ ହେଲାଣି ତ କେଉଁଠି କାରଖାନାରେ ଥିବା ଶ୍ରମିକମାନେ କାମଧନ୍ଦା ନପାଇ ଫସିରହିଛନ୍ତି । ଶିଳ୍ପ ନଗରୀ ଅନୁଗୋଳରେ ଥିବା ଶିଳ୍ପାନୁଷ୍ଠାନରେ ପଡିଛି ଏହାର ଅଧିକ ପ୍ରଭାବ । ଆଲୁମିନିୟମ ଉପରେ ନିର୍ଭର କରି ଗଢିଉଠିଥିବା ଛୋଟଛୋଟ କାରଖାନା ଏବେ କଣ କରିବେ ସେନେଇ ଚିନ୍ତାରେ । କେଉଁ କାରଖାନାରେ ଜିନିଷ ତିଆରି ପାଇଁ ଆସିଥିବା କଞ୍ଚାମାଲ ପଡି ରହିଛି ତ ଅନ୍ୟ କେଉଁ କାରଖାନାରେ ତିଆରି ସରିଥିବା ଜିନିଷ ବ୍ରିକ୍ରି ପାଇଁ ଯାଇପାରୁନାହିଁ । ଫଳରେ ବ୍ୟାଙ୍କଠାରୁ ରୁଣ ଆଣି ଶିଳ୍ପ ସଂସ୍ଥା ଚଳାଇଥିବା ମାଲିକମାନେ ଏବେ ଚିନ୍ତିତ ଅଛନ୍ତି ।

ଅନୁଗୋଳ ଜିଲ୍ଲାରେ ରହିଛି ୧୧୯୨ଟି କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ସଂସ୍ଥା । ସବୁଠି ଏବେ ଏକା ଅବସ୍ଥା । ଯେଉଁ କାରଖାନାଗୁଡିକରେ ଶ୍ରମିକ ମାନେ ରହିଛନ୍ତି ସେଠାରେ ଅଳ୍ପ ବହୁତେ କିଛି ଉତ୍ପାଦନ ହେଉଛି । ହେଲେ ସେସବୁକୁ କିଭଳି ବିକ୍ରି କରିବେ ସେନେଇ ଚିନ୍ତାରେ କାରଖାନାର ମାଲିକ । ସେପଟେ ଶିଳ୍ପସଂସ୍ଥାରେ ଫସିଥିବା ରାଜ୍ୟ ବାହାରର ଶ୍ରାଣିକ ମାନେ ମଧ୍ୟ ଚିନ୍ତାରେ । କାରଖାନା ଚାଲୁନଥିବା ବେଳେ ବିନା ରୋଜଗାରରେ ସେମାନେ କଣ କରିବେ ଓ ନିଜ ଘରକୁ କେମିତି ଫେରିବେ ସେକଥା ଭାବୁଛନ୍ତି । ସେପଟେ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ କହିଛନ୍ତି ବର୍ତ୍ତମାନର ପରିସ୍ଥିତି ସମସ୍ତଙ୍କ ପାଇଁ ଚିନ୍ତାଜନକ । ଏନେଇ ସରକାର ଚଳାଇଛନ୍ତି ବିଚାର ବିମର୍ଷ କରୁଛନ୍ତି ।

ଯଦି ଆଗକୁ ଲକଡାଉନ ବଢେ ତେବେ ଏହି କାରଖାନାଗୁଡିକର ଅବସ୍ଥା କଣ ହେବ ଏନେଇ ବଢିଛି ଚିନ୍ତା । ଏଠାରେ କାମ କରୁଥିବା ଶ୍ରମିକ କଣ କରିବେ ତାକୁ ନେଇ ଅନେକ ପ୍ରଶ୍ନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 28, 2020, 1:08 PM IST

ABOUT THE AUTHOR

...view details