ଓଡିଶା

odisha

ETV Bharat / state

ବେଆଇନ ଭାବେ ଧାନ କିଣି ଫସିଲେ ସମବାୟ ଅଧିକାରୀ

ଚାଷୀ ନୁହେଁ ବରଂ ଅଣଚାଷୀଙ୍କ ଠାରୁ ଧାନ କିଣି ସରକାରୀ ଟଙ୍କା ହଡପ କରିଛନ୍ତି ସମବାୟ ଅଧିକାରୀ । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ରନ୍ତଲେଇ ସମବାୟ ସମିତି ନାଁ ରେ । ଏପରି ଅଭିଯୋଗ ଆସିବା ପରେ ସହକାରୀ ନିବନ୍ଧକ ସମବାୟ ଘଟଣାର ତଦନ୍ତ କରି ସମସ୍ତ କାଗଜ ପତ୍ରକୁ ସିଲ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଦୁର୍ନୀତି ହୋଇଥିବା ଜାଣିବା ପରେ ସମ୍ପାଦକଙ୍କୁ କାର୍ଯ୍ୟରୁ ଅବ୍ୟାହତି କରାଯାଇଛି ।

By

Published : Jun 27, 2019, 10:22 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଚାଷୀ ନୁହେଁ ବରଂ ଅଣଚାଷୀଙ୍କ ଠାରୁ ଧାନ କିଣି ସରକାରୀ ଟଙ୍କା ହଡପ କରିଛନ୍ତି ସମବାୟ ଅଧିକାରୀ । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ରନ୍ତଲେଇ ସମବାୟ ସମିତି ନାଁ ରେ । ସମବାୟ ସମିତିର ସମ୍ପାଦକ ଗତ ଖରିଫ ଋତୁରେ 97 ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପଞ୍ଜିକରଣ କରାଇଥିଲେ । ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରୀ ଦରରେ 32 ଶହ କ୍ବିଣ୍ଟାଲ ଧାନ କିଣିବାର ଥିଲା । ମାତ୍ର ଏଯାଏଁ କିଣା ଯାଇଛି 16 ହଜାର 661 କ୍ବିଣ୍ଟାଲ ଧାନ । ଯାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର ଅଧିକ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ସବୁଠାରୁ ବଡ କଥା ହେଉଛି ଏହି ସମବାୟ ସମିତିର ସଭାପତିଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ କଥା ନ ଜଣାଇ ସମ୍ପାଦକ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ସଭାପତିଙ୍କ ବିନା ଦସ୍ତଖତରେ ମଧ୍ୟ ଅନେକ କାଗଜ ପତ୍ର କାରବାର କରିଛନ୍ତି ସମ୍ପାଦକ । ଏବେ ଯେଉଁ ଅଧିକ ଧାନ କିଣା ଯାଇଛି ତା ସବୁ ସମ୍ପାଦକ ନିଜ ସମ୍ପର୍କୀୟ, ଅଫିସ କିରାଣୀ,ପିଅନ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ କିଣିଛନ୍ତି । ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ଜାଣିବା ପରେ ସହକାରୀ ନିବନ୍ଧକ ସମବାୟ ଘଟଣା ତଦନ୍ତ କରି ସମସ୍ତ କାଗଜ ପତ୍ରକୁ ସିଲ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଦୁର୍ନୀତି ହୋଇଥିବା ଜାଣିବା ପରେ ସମ୍ପାଦକଙ୍କୁ କାର୍ଯ୍ୟରୁ ଅବ୍ୟାହତି କରାଯାଇଛି ।

ତେବେ ଏହି ଧାନ କିଣା ଘୋଟାଲାରେ ଖାଲି ଯେ ସମ୍ପାଦକଙ୍କ ସମ୍ପୃକ୍ତି ଅଛି ତା ନୁହେଁ ମିଲର ମାଲିକଙ୍କ ମଧ୍ୟ ହାତ ରହିଥିବା ଅଭିଯୋଗ ହୋଇଛି । ଏବେ ଦେଖିବାର କଥା ଉପ ନିବନ୍ଧକ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details