ଅନୁଗୋଳ :କୋରaନାର କଟକଣା ବହୁ ଲୋକଙ୍କ ଜିବୀକା ଛଡାଇ ନେଇଛି। ଅନେକ ଲୋକ ରୋଜଗାର ହରାଇ ଭୋକ ଉପାସରେ ଘରେ ପଡି ରହିଛନ୍ତି। କୋରୋନା ସଂକ୍ରମଣ ଠାରୁ ଅଧିକ ଜଟିଳ ହୋଇ ପଡିଛି ଅନେକ ଅସହାୟ ଦିନ ମଜୁରିଆଙ୍କ ପାଇଁ ଭୋକର ଜ୍ବାଳା। ଏଭଳି ପରିସ୍ଥିତିରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସେମାନଙ୍କ ପାଇଁ ସହାୟତାର ହାତ ବଢାଇଛି। ଏନେଇ ଇଟିଭି ଭାରତରେ ପ୍ରସାରିତ ପରେ ଗାଁରେ ପହଁଚିଛନ୍ତି ଜିଲ୍ଲା କଂଗ୍ରେସର ସଦସ୍ୟ ।
କଂଗ୍ରେସ କର୍ମୀମାନେ ଜିଲ୍ଲାର ପ୍ରତି ଗାଁ, ସାହି ବସ୍ତି ବୁଲି ବୁଲି ଯେଉଁଠି ଏଭଳି ଲୋକଙ୍କୁ ଦେଖୁଛନ୍ତି ସେମାନଙ୍କ ମୁହଁରେ ଦାନା ମୁଠାଏ ଦେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ବ୍ଲକ ଶାବଳଭଙ୍ଗା ଗାଁରେ ୩୦ ଟି ଅସହାୟ ପରିବାରକୁ କଂଗ୍ରେସ ତରଫରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ସେଠାରେ ରହୁଥିବା ଏହି ପରିବାର ଗୁଡିକ ଗାଁ ଗାଁ ବୁଲି କନ୍ଥା ସିଲେଇ କରି ଜୀବିକା ନିର୍ବାହ କରୁଥିଲେ।