ଅନୁଗୋଳ: ସାମାନ୍ୟ ବର୍ଷା ହେଲେ ବୁଡ଼ି ଯାଉଛି ଅନୁଗୋଳ ସହର । ବର୍ଷା ଯୋଗୁଁ ଅନୁଗୋଳ ସହର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଲୋକେ ପାଣିରେ ଉବୁଟୁବୁ ହେଉଛନ୍ତି । ସହର ଡ୍ରେନେଜ୍ ବ୍ୟବସ୍ଥା ନେଇ ପୋୖର ପ୍ରଶାସନ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ପାଣି ମାହାରା ଥିଲା । ସହରର ପାଣି ସେହି ମାହାରାରେ ପଡ଼ୁଥିଲା । ଫଳରେ କୌଣସି ସ୍ଥାନରେ ପାଣି ଜମି ରହୁ ନଥିଲା । କିନ୍ତୁ କିଛି ବର୍ଷ ହେଲା ସେହି ପାଣି ମାହାରା ସବୁ ପୋତା ଯାଇ ପ୍ଲଟିଂ କରାଯାଇଛି । ଏହାସହ ବଡ଼ବଡ଼ ଆପାର୍ଟମେଣ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଯାହା ଫଳରେ ପାଣି ନିଷ୍କାସନ ହୋଇପାରୁ ନାହିଁ ।