ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଜୀବନ ହାରିଲା 4 ବର୍ଷର ବାଳକ

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଅଘଟଣ। ଭୁବନ ପୌରପରିଷଦ ପଛ ପୋଖରୀରେ ବୁଡ଼ି ବାଳକର ମୃତ୍ଯୁ ହୋଇଥିବା ଜଣାପଡିଛି ।

By

Published : Jun 29, 2019, 8:59 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପୋଖରୀରେ ବୁଡି ଚାରିବର୍ଷର ଶିଶୁର ମୃତ୍ୟୁ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ । ପୌରପରିଷଦ ଅଫିସ ପଛପଟେ ଥିବା ଗୋଚ୍ଛାୟତ ପରିବାର ଘର ପାଖରେ ଥିବା ପୋଖରୀରେ ବୁଡି ବାପି ଗୋଚ୍ଛାୟତଙ୍କ ୪ ବର୍ଷର ପୁଅ ଗୌରବ ଗୋଚ୍ଛାୟତଙ୍କ ମୃତ୍ୟୁ ହୋଇଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଗୌରବ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ପୋଖରୀରେ ବାଳକର ଜୋତା ଭାସୁଥିବାର ଦେଖିଥିଲେ । ପରେ ତାକୁ ପାଣିରୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥି୍ଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details