ଓଡିଶା

odisha

ETV Bharat / state

ଅନୁଗୋଳରେ ଆରମ୍ଭ ହେଲା କେମୋ ଥେରାପି

ଅନୁଗୋଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଯୋଡି ହୋଇଛି ଆଉ ଏକ ସ୍ବାସ୍ଥ୍ୟ ସୁବିଧା । କ୍ୟାନସର ରୋଗୀଙ୍କ ପାଇଁ ଆରମ୍ଭ ହେଲା କେମୋ ଥେରାପି । ପ୍ରଥମେ ପର୍ଯ୍ୟାୟରେ ରହିଛି 6 ଟି ବେଡ଼ । ଅଧିକ ଖବର ପଢନ୍ତୁ...

By

Published : Jul 27, 2020, 7:42 PM IST

ଅନୁଗୋଳରେ ଆରମ୍ଭ ହେଲା କେମୋ ଥେରାପି
ଅନୁଗୋଳରେ ଆରମ୍ଭ ହେଲା କେମୋ ଥେରାପି

ଅନୁଗୋଳ: ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଯୋଡି ହୋଇଛି ଆଉ ଏକ ସ୍ବାସ୍ଥ୍ୟ ସୁବିଧା । କ୍ୟାନସର ରୋଗୀଙ୍କ ପାଇଁ ଆରମ୍ଭ ହେଲା କେମୋ ଥେରାପି । ପ୍ରଥମେ ପର୍ଯ୍ୟାୟରେ ରହିଛି 6ଟି ବେଡ଼ । ଏଣିକି ଆଉ କ୍ୟାନସର ରୋଗୀଙ୍କୁ କେମୋ ଥେରାପି ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡିବ ନାହିଁ ।

ଅନୁଗୋଳରେ ଆରମ୍ଭ ହେଲା କେମୋ ଥେରାପି

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହି ବ୍ୟବସ୍ଥାର ଆଜି ଠାରୁ ଶୁଭାରମ୍ଭ କରଯାଇଛି । ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଠାରେ 6ଟି ବେଡ଼ର ସୁବିଧା କରାଯାଇଛି । ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବା ନେଇ ଯୋଜନା ରହିଛି।

ଏଥିପାଇଁ ସ୍ବତନ୍ତ୍ର ଭାବେ ତାଲିମ ପ୍ରାପ୍ତ ଡାକ୍ତର ନିଯୁକ୍ତ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details