ଓଡିଶା

odisha

ETV Bharat / state

ଲଗାଣ ବର୍ଷା ଉଜାଡିଲା ଏକର ଏକର କୋବି ଫସଲ, ଚିନ୍ତାରେ ଚାଷୀ - ଅନୁଗୋଳ ଖବର

ଲଗାଣ ବର୍ଷା ଉଜାଡ଼ି ଦେଲା ଚାଷୀଙ୍କ ଜୀବିକା । ଶହ ଶହ ଏକର ଜମିରେ ପଚି ସଢି ଗଲାଣି ଫୁଲ କୋବି ଫସଲ । ଏମିତି ଅନେକ ଚିନ୍ତାରେ ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁଳେଇ ଗାଁର ଶତାଧିକ ଚାଷୀ । ଅଧିକ ପଢନ୍ତୁ...

ଲଗାଣ ବର୍ଷା ଉଜାଡିଲା ଏକର ଏକର କୋବି ଫସଲ, ଚିନ୍ତାରେ ଚାଷୀ
ଲଗାଣ ବର୍ଷା ଉଜାଡିଲା ଏକର ଏକର କୋବି ଫସଲ, ଚିନ୍ତାରେ ଚାଷୀଲଗାଣ ବର୍ଷା ଉଜାଡିଲା ଏକର ଏକର କୋବି ଫସଲ, ଚିନ୍ତାରେ ଚାଷୀ

By

Published : Oct 20, 2020, 7:51 PM IST

ଅନୁଗୋଳ: ଚାଷ କ୍ଷେତରେ ଉଜୁଡୁଛି ଯାଇଛି ଚାଷୀ ଫସଲ । ଅମଳ ପୂର୍ବରୁ ସବୁ କିଛି ଜମିରେ ପଚି ସଢି ଯାଇଛି । ମଉଳିଯାଇଛି ଯାଇଛି ଚାଷୀର ସ୍ବପ୍ନ । ଏବେ ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ । ଏ ଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲାର । ଜିଲ୍ଲାର ବଅଁରପାଳ ବ୍ଲକ ତୁବେ ପଞ୍ଚାୟତ କୁଲେଇ ଗାଁରେ ନଷ୍ଟ ହୋଇଯାଇଛି ଚାଷୀଙ୍କ ଏକର ଏକର କୋବି ଫସଲ । ଗତ କିଛି ଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ସବୁ ନଷ୍ଟ ହୋଇଯାଇଛି । ଜଣେ ଜଣେ ଚାଷୀ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଚାରା ଲଗାଇ ଥିଲେ। ବର୍ଷା ଯୋଗୁଁ ଚାରା ସବୁ ପଚିଯାଇଛି । ତେଣୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ତେବେ କୁଲେଇ ଗାଁର ଚାଷୀ ମାନଙ୍କ ମୁଖ୍ୟ ଅର୍ଥକରୀ ଫସଲ ହେଉଛି କୋବି । ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ବସବାସ କରନ୍ତି । ଧାନ ବ୍ୟତୀତ ସେମାନଙ୍କର ମୁଖ୍ୟ ଚାଷ ହେଉଛି ଫୁଲ କୋବି। ଫୁଲ କୋବି ଚାଷରେ କୁଲେଇ ଗାଁ କେବଳ ଅନୁଗୋଳ କାହିଁକି ସାରା ରାଜ୍ୟରେ ବେଶ ଜଣାଶୁଣା । କାରଣ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋବି ଚାଲାଣ ହୁଏ । ଏଠାରେ ଲୋକେ ନିଜସ୍ୱ ଜ୍ଞାନ କୌଶଳରେ ବର୍ଷକୁ ୩ରୁ ୪ ଥର ଫୁଲ କୋବି ଉତ୍ପାଦନ କରନ୍ତି । ଏହି ଚାଷରୁ ସେମାନେ ପରିବାର ପ୍ରତିପୋଷଣ କରନ୍ତି,ଚଳିତ ବର୍ଷ ଟଙ୍କାଟିଏ ରୋଜଗାର ନାହିଁ, ଓଲଟା ଅଧିକ ଖର୍ଚ୍ଚ ହୋଇଛି । ଏତେବେଳକୁ ଗାଁରେ ବେପାରୀଙ୍କ ଗାଡିର ସୁଅ ଛୁଟି ଥାନ୍ତା । ବସ୍ତା ବସ୍ତା କୋବି ବୋଝେଇ ହୋଇ ବାହାରକୁ ପଠାଯାଇଥାନ୍ତା । ହେଲେ ବର୍ଷା ପାଣିରେ ସବୁ ସ୍ବପ୍ନ ପରିଶ୍ରମ ଧୋଇ ଧୂଳିସାତ୍ ହୋଇଯାଇଛି ।

ଲଗାଣ ବର୍ଷା ଉଜାଡିଲା ଏକର ଏକର କୋବି ଫସଲ, ଚିନ୍ତାରେ ଚାଷୀ

ଯଦି ସରକାରଙ୍କ ତରଫରୁ ଏହାର ଆକଳନ କରି କିଛି ସହାୟତା ଦିଆଯା'ନ୍ତା ତେବେ ଚାଷୀ ପୁଣି ଅଣ୍ଟା ସଳଖିପାରିବେ ବୋଲି କହିଛନ୍ତି ।

ଏବେ ଚାଷୀ ୩ୟ ଥର ଚାରା ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଆଗକୁ ପୁଣି ଏକ ଲଘୁଚାପ ଆଶଙ୍କା ଥିବାରୁ ସେମାନଙ୍କ ଚିନ୍ତା ବଢିଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details