ଅନୁଗୋଳ : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏବେ ରାଜନୀତି ମୁହାଁ ହେଉଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଚର୍ଚ୍ଚାରେ ଅନୁଗୋଳ ଜିଲ୍ଲାର ବିଟେକ ଡିଗ୍ରୀ ଧାରୀ ସରପଞ୍ଚ ପାର୍ଥୀ । ନିଜ ଗାଁ ବିକାଶ ପାଇଁ ସେ ଇଞ୍ଜିନିୟର ଚାକିରି ଛାଡି ସରପଞ୍ଚ ହେବାକୁ ମନ ବଳାଇଛନ୍ତି । ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସେ ନାମାନଙ୍କ ଦାଖଲ କରିଛନ୍ତି ।
ସେ ହେଉଛନ୍ତି ଅନୁଗୋଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତର ସୁଜିତ ମହାଳିକ। ବୁର୍ଲା ୟୁନିଭରସିଟିରୁ ଗତ ୨୦୧୮ରେ ସିଭିଲ ଇଞ୍ଜିନିୟର ଭାବେ ପାସ କରିଥିଲେ। ଏହାପରେ ଝରସୁଗୁଡା ସ୍ଥିତ ବିରାଜ ଷ୍ଟିଲ କାରଖାନାରେ ଭଲ ଦରମାରେ ଚାକିରୀ କରିଥିଲେ । କିନ୍ତୁ ଚାକିରୀରେ ମନ ଲାଗିଲାନି । ଲୋକଙ୍କ ସେବା କରିବା ଏବଂ ନିଜ ଅଞ୍ଚଳ ପାଇଁ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବାର ଇଚ୍ଛା ତାଙ୍କ ମନରେ ଉଙ୍କି ମାରିଲା । ଶେଷରେ ସେ ବାଧ୍ୟ ହୋଇ ଚାକିରୀ ଛାଡି ଗାଁକୁ ଆସିଲେ ।
ଲୋକଙ୍କ ସେବା କରିବାକୁ ରାଜନୀତି ସବୁଠାରୁ ଭଲ ପ୍ଲାଟଫୋର୍ମ ବୋଲି ଚିନ୍ତା କଲେ । ତେଣୁ ନାମାଙ୍କନ ପତ୍ର ଦାଖଲ ଶେଷ ଦିନରେ ସେ ନିଜ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ । ତାଙ୍କର ଏହି ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି।