ଅନୁଗୋଳ: କୋଇଲା ନଗରୀରେ ହେଉଛି ବ୍ରାଉନସୁଗାର କାରବାର। ଅନୁଗୋଳ ଜିଲ୍ଲା ତାଳଚେର ପୁଲିସ ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁଲିସ ଦେଇଥିବା ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ତାଳଚେର ପୁଲିସର ଏକ ଟିମ ରାଜପଥରେ ଛକି ରହିଥିବା ବେଳେ ବଅଁରପାଳରୁ ତାଳଚେର ଅଭିମୁଖେ ଆସୁଥିବା ଓଡି୧୯ସି-୩୨୮୪ ଗାଡିକୁ ଅଟକାଇଥିଲା । ପୁଲିସକୁ ଦେଖି କାରଟି ଖସି ଯିବାକୁ ଚେଷ୍ଟା କରିଥିବା ପୋଲିସ ଗାଡିଟିକୁ ଅଟକାଇଥିଲା।
କିଳାହିରାରେ ଧଳା ଜହର କାରବାର, ୬ ଗିରଫ ପରେ କୋର୍ଟ ଚାଲାଣ ତେବେ ପୁଲିସ ଡ୍ରାଇଭର ଏବଂ ଗାଡିରେ ଥିବା ଅନ୍ୟମାନଙ୍କୁ କାବୁ କରି ନେଇଥିଲା । ଯାଞ୍ଚ ଓ ପଚରାଉଚରା ବେଳେ ତାଙ୍କ ନିକଟରୁ ୧୩.୭୩୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ସେମାନେ ଏହି ବ୍ରାଉନସୁଗାର ତାଳଚେର ଅଞ୍ଚଳରେ ବିକ୍ରି କରିବାକୁ ଆଣିଥିଲେ ବୋଲି ଜଣା ପଡିଛି । ପୁଲିସ ସମସ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ବ୍ଲକ ଅନାଦିପୁରର ହରେଶ ଓରଫ ଦୁଷ୍ମନ୍ତ ବଗାର , କିଶୋରିପାଳ ଗ୍ରାମର କିଶୋର କୁମାର ନାଏକ , ତାଳଚେର ଥାନା ଅରାସାହିର ବାଳକୃଷ୍ଣ ଭୂତିଆ, ତାଳଚେର ପୌରାଞ୍ଚଳ ରେମୁଆଁର ମନୋଜ ପଟନାୟକ ,ସ୍କଟଲାଣ୍ଡପୁରର ଚତୁରା ନାଏକ, ଖୋର୍ଦ୍ଧା ଗୁରୁଜାଙ୍ଗ ଟାଙ୍ଗିସାହିର ସୋମନାଥ ସାହୁ । ପୁଲିସ ସେମାନଙ୍କ ଠାରୁ ୩ଟି ମୋବାଇଲ ଓ କାର ମଧ୍ୟ ଜବତ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜମ ନାଥ, ଇଟିଭି ଭାରତ