ଅନୁଗୋଳ: ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠ ସମେତ ଢେଙ୍କାନାଳର କପିଳାସରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଶ୍ରାବଣ ଶେଷ ସୋମବାର; ଶୈବପୀଠରେ କାଉଡିଆଙ୍କ ଭିଡ - ଶ୍ରାବଣମାସ ଶେଷ ସୋମବାର
ଶ୍ରାବଣମାସ ଶେଷ ସୋମବାର ଉପଲକ୍ଷେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ ଦେଖିବାକୁ ମିଳିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଜିଲ୍ଲାର ଚଣ୍ଡିଖମଣ ଶିବ ମନ୍ଦିର ସମେତ ପାଲଲହଡ଼ାର ଖୁଲୁଡି, ଆଠମଲ୍ଲିକର ଦେଉଳଝରି ଆଦି ଶୈବ ପୀଠରେ ବିଶେଷ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ମଧ୍ୟ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା । ଶ୍ରାବଣ ମାସରେ ଶିବଙ୍କୁ ଜଳଲାଗି କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ କରାଯାଏ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ