ଓଡିଶା

odisha

ETV Bharat / state

ବିଜେପିରେ ସାମିଲ ହେଲେ ଅନୁଗୋଳ ଏବଂ ତାଳଚେର ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେଡ଼ି କର୍ମୀ

ଶୁକ୍ରବାର ଅନୁଗୋଳ ଏବଂ ତାଳଚେର ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

By

Published : Mar 30, 2019, 5:05 AM IST

Updated : Mar 30, 2019, 12:14 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ସେତିକି ଗୋଳିଆ ହେବାରେ ଲାଗିଛି ରାଜନୀତି। ବଢି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ଏହି ଦଳ ଡିଆଁ ନୀତିରେ ଶୁକ୍ରବାର ଅନୁଗୋଳ ଏବଂ ତାଳଚେର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେଡ଼ି କର୍ମୀବିଜେପିରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇତାଳଚେର ବ୍ଲକର କଙ୍କିଳି, ଧରମପୁର, ଗୁରୁଜାଙ୍ଗ, ବ୍ରଜନାଥପୁର, କଣ୍ଢାଳ, ଘଣ୍ଟପଡ଼ା, ବନ୍ତୁଲ, ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ମ୍ୟୁନିସିପାଲିଟିର ୬ଟି ୱାର୍ଡ଼ରବିଜେଡ଼ି, ବିଜୁ ଯୁବ ବାହିନୀ ଏବଂ କଂଗ୍ରେସ କର୍ମୀ ନିଜ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସେହିପରି ବୟୋଜ୍ୟେଷ୍ଠ ଶ୍ରମିକ ନେତା ଦିବାକର ପ୍ରଧାନ ଓ ବହୁ ସାମାଜିକ କର୍ମୀ ନୂତନ ତାଳଚେର ଗଠନ କରିବା ଏବଂ ଏଥିପାଇଁ ବିଜେପିର ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ଜିତାଇବା ପାଇଁ ସଙ୍କଳ୍ପ କରିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ପୁରୀ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପ୍ରଭାରୀ ଡ଼ଃ ରାଜେଶ ଶର୍ମା, ରାଜ୍ୟ ସମ୍ପାଦକ କାଳନ୍ଦୀସାମଲ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏଥିପାଇଁ ତାଳଚେରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 30, 2019, 12:14 PM IST

For All Latest Updates

ABOUT THE AUTHOR

...view details