ଓଡିଶା

odisha

ଭରତପୁର କୋଇଲା ଖଣି ଦୁର୍ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ସିଏମଡି

By

Published : Jul 29, 2019, 2:00 PM IST

Updated : Jul 29, 2019, 3:43 PM IST

ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମହାନଦୀ କୋଲଫିଲ୍ଡ ଲିମିଟେଡର ସିଏମଡି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ଅନୁଗୋଳ: ଭରତପୁର କୋଇଲା ଖଣି ମାଟି ଅତଡା ଖସିବାରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହାନଦୀ କୋଲଫିଲ୍ଡ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭୋଳାନାଥ ଶୁକ୍ଳା । ଏହା ସହ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଦୁର୍ଘଟଣାର କାରଣ ତଥା କେଉଁ ପରିସ୍ଥିତିରେ ମାଟି ଅତଡା ଖସିଲା, ସେ ସଂପର୍କରେ ସିଏମଡି କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଗତ ମଙ୍ଗଳବାର ରାତିରେ ମାଟି ଅତଡା ଖସି 13 ଜଣ ଉଦ୍ଧାର ହୋଇଥିବାବେଳେ ଚାରିଜଣ ନିଖୋଜ ଥିଲେ । ଏବେ ସୁଦ୍ଧା ତିନି ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଜଣକୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 29, 2019, 3:43 PM IST

ABOUT THE AUTHOR

...view details