ଓଡିଶା

odisha

ETV Bharat / state

ଢେଙ୍କାନାଳରୁ ଲଢିବେ ବୈଜୟନ୍ତ !

ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବାକୁ ଲାଗିପଡିଛନ୍ତି ବିଜେପିର ନୂଆ ନେତା ବୈଜୟନ୍ତ ପଣ୍ଡା । ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଶୁକ୍ରବାର ଅନୁଗୋଳ ବନ୍ତଳା ଗାଁ ଆସିଛନ୍ତି ବୈଜୟନ୍ତ । ଏଠାରେ ସେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା କରି ପୂଜାରେ ସାମିଲ ହୋଇଛନ୍ତି ।

By

Published : Mar 9, 2019, 11:37 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବାକୁ ଲାଗିପଡିଛନ୍ତି ବିଜେପିର ନୂଆ ନେତା ବୈଜୟନ୍ତ ପଣ୍ଡା । ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଶୁକ୍ରବାର ଅନୁଗୋଳ ବନ୍ତଳା ଗାଁ ଆସିଛନ୍ତି ବୈଜୟନ୍ତ । ଏଠାରେ ସେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା କରି ପୂଜାରେ ସାମିଲ ହୋଇଛନ୍ତି ।

ଅନୁଗୋଳ ଗସ୍ତ ସମ୍ପର୍କରେ ବୈଜୟନ୍ତ କହିଛନ୍ତି ଯେ, ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିବାକୁ ତାଙ୍କୁ ଲୋକେ ଅନୁରୋଧ କରିଥିଲେ । ଏ ନେଇ ସେ ହଁ ମଧ୍ୟ ଭରିଥିଲେ । ଏଣୁ ନିଜ କଥା ରଖିବାକୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ସେ 2ଥର ଅନୁଗୋଳ ଗସ୍ତରେ ଆସିଛନ୍ତି । ଏଣୁ ବାରମ୍ବାର ଏଠାକୁ ଆସିବା ନେଇ ରାଜନୈତିକ ଆଭିମୁଖ୍ୟ ରହିଥିବା ଅନୁମାନ କରଯାଉଛି । ‘ବିଜେପି ଏକ ଜାତୀୟ ଓ ବଡ ଦଳ । ଏଥିରେ କିଛି ପ୍ରୋସେସ ମଧ୍ୟ ରହିଛି । ଆଉ ଏଥିରେ ଏବେ ନୂଆ କରି ଯୋଗ ଦେଇଛି । ଏଣୁ ଦଳ ଯାହା ନିଷ୍ପତ୍ତି ନେବ ତାହା ମାନିବି ’ ବୋଲି ମଧ୍ୟ କହିଛନ୍ତି ବୈଜୟନ୍ତ । ଯଦି ତାଙ୍କୁ ଢେଙ୍କାନାଳ ଲୋକସଭାରୁ ପ୍ରାର୍ଥୀ କରାଯାଏ ତେବେ ସେ ସେଥିପାଇଁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

ଶୁକ୍ରବାର ବୈଜୟନ୍ତ ନିଜ ହେଲିକ୍ୟାପ୍ଟରରେ ବନ୍ତଳାରେ ପହଞ୍ଚିବା ପରେ ସ୍ଥାନୀୟ ଗାଁ ଲୋକେ ଏକ ସମ୍ବର୍ଦ୍ଧନା ଶୋଭାଯାତ୍ରାରେ ତାଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ବୈଜୟନ୍ତ ବେଶ ଆଦରି ନେଇଥିବା ଦେଖିବାକୁ ମିଳିଥିଲା ।

ତାଙ୍କର ଏହି ଗସ୍ତ ସମୟରେ ସ୍ଥାନୀୟ ବିଜେପି ନେତା ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ତେବେ ତାଙ୍କର ବାରମ୍ବାର ଅନୁଗୋଳ ଓ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ଗସ୍ତ ଯୋଗୁଁ ଭବିଷ୍ୟତରେ ଢେଙ୍କାନାଳ ରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details