ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ମରଣାନ୍ତକ ଆକ୍ରମଣ

ନାଲକୋ ଥାନା ବଳରାମ ପ୍ରସାଦ କେନ୍ଦୁପାଟଣା ସାହିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୋଡାଇ ଗୋଡାଇ କଟୁରିରେ ହାଣିଲେ ଦୁଇ ଦୁର୍ବୃତ୍ତ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ମରଣାନ୍ତକ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ମରଣାନ୍ତକ ଆକ୍ରମଣ

By

Published : Dec 27, 2020, 7:32 AM IST

ଅନୁଗୋଳ: ନାଲକୋ ଥାନା ବଳରାମ ପ୍ରସାଦ କେନ୍ଦୁପାଟଣା ସାହିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୋଡାଇ ଗୋଡାଇ କଟୁରିରେ ହାଣିଲେ ଦୁଇ ଦୁର୍ବୃତ୍ତ । ଆକ୍ରମଣର ଶିକାର ଯୁବକକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ନାମ ସୁଧୀର ବେହେରା ବୋଲି ଜଣାପଡ଼ିଛି । ତେବେ ସେ ଆସପଣ୍ଡ-୧ ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କୁ ଦୁଇ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ, କେନ୍ଦୁପାଟଣା ସାହିର ସୁଧୀର ବେହେରା ନିଜ ଗାଈ ଖୋଜିବାକୁ ଯାଇଥିବା ବେଳେ ହଠାତ ଏକ ଦୁଇଚାକିଆ ନମ୍ବର ବିହୀନ ଗାଡିରେ ଦୁଇଜଣ ଯୁବକ ଆସି ଏକ କଟୁରିରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ସୁଧୀର ପ୍ରାଣ ବିକଳରେ ଦୌଡ଼ିଥିବା ବେଳେ ସେମାନେ ଗୋଡ଼ାଇ ଗୋଡ଼ାଇ ସୁଧୀରଙ୍କୁ ପିଠିକୁ ହାଣିଥିଲେ । ଏଥିରେ ସୁଧୀରଙ୍କ ଚିତ୍କାର ଶୁଣି ଆଖ ପାଖରେ ଥିବା ଲୋକ ଘଟଣାସ୍ଥଲରେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଗାଡି, ମାରଣାଅସ୍ତ୍ର ଓ ହେଲମେଟ୍‌ ଛାଡି ପଳାଇଯାଇଥିଲେ ।

ଖବର ପାଇ ନାଲକୋ ପୁଲିସ ପହଞ୍ଚି ଗାଡି, ମାରଣାଶସ୍ତ୍ର ଜବତ କରି ତଦନ୍ତ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣା ପଡ଼ିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details