ଓଡିଶା

odisha

ETV Bharat / state

ଅନୁଗୋଳ ହେବ ଶିକ୍ଷାର ହବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ - education minister

ଉଦଘାଟିତ ହେଲା ସରସ୍ବତୀ ଶିଶୁ ମନ୍ଦିରର ସମ୍ମିଳନୀ କକ୍ଷ । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ହୋଇଥିବା ସରସ୍ବତୀ ଶିଶୁ ମନ୍ଦିରର ସମ୍ମିଳନୀ କକ୍ଷ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

ଅନୁଗୋଳ ହେବ ଶିକ୍ଷାର ହବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅନୁଗୋଳ ହେବ ଶିକ୍ଷାର ହବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

By

Published : Oct 2, 2021, 10:22 PM IST

ଅନୁଗୋଳ: ଉଦଘାଟିତ ହେଲା ସରସ୍ବତୀ ଶିଶୁ ମନ୍ଦିରର ସମ୍ମିଳନୀ କକ୍ଷ । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ହୋଇଥିବା ସରସ୍ବତୀ ଶିଶୁ ମନ୍ଦିରର ସମ୍ମିଳନୀ କକ୍ଷ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ ହୋଇଛି । ଆଗାମୀ ଦିନରେ ଅନୁଗୋଳ ଶିକ୍ଷା କ୍ଷେତ୍ରରେ ହବ ହେବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଅନୁଗୋଳ ହେବ ଶିକ୍ଷାର ହବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସାତୋଟି ସ୍ଥାନରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ଅଡ଼ିଟୋରିୟମକୁ ଲୋକାର୍ପିତ କରିଥିଲେ । ଆଇଓସିଏଲ ସିଏସଆର ପାଣ୍ଠିରେ ଏହି ଅଡ଼ିଟୋରିୟମ ଗୁଡିକ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ଏହି ଅବସରରେ ଅନୁଗୋଳ ସରସ୍ବତୀ ଶିଶୁ ମନ୍ଦିର ଠାରେ ମଧ୍ୟ ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଭଳି ଏକ ଅଡ଼ିଟୋରିୟମକୁ ଲୋକାର୍ପିତ କରିଥିଲେ। ଏଠାରେ ଭିସି ଜରିଆରେ ଅନ୍ୟ ସବୁ ସ୍ଥାନରେ ଥିବା ଅଡ଼ିଟୋରିୟମ ଗୁଡିକୁ ଲୋକାର୍ପିତ କରିଥିଲେ । ଏହି ଅତ୍ୟାଧୁନିକ ଅଡ଼ିଟୋରିୟମ ଗୁଡିକରେ ସ୍ମାର୍ଟ କ୍ଳାସ ଓ ସଭା ସମିତି କରିବା ସମେତ ଅନ୍ୟାନ୍ୟ ସୁବିଧା ରହିଥିବାରୁ ପିଲା ମାନଙ୍କର ବେଶ ଉପକାର ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଜେପିର ବହୁ ନେତା ଓ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ ଓ ଆଇଓସିଏଲ ଅଧିକାରୀମାନେ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details