ଓଡିଶା

odisha

ETV Bharat / state

ଟମାଟୋର ଅଭାବୀ ବିକ୍ରି ନେଇ ହତାଶ ଚାଷୀ - ଅନୁଗୋଳ

ଚାଷୀଙ୍କ ପାଇଁ ଉଭୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି, କିନ୍ତୁ ବାସ୍ତବ ସ୍ଥିତି ସରକାରୀ ଯୋଜନାର ବହୁ ଦୂରରେ ରହିଛି । କ୍ଷେତରେ ଖତ ଖାଉଛି ଟମାଟୋ, ହେଲେ ଅମଳ କରୁନି ଚାଷୀ । କାହିଁକି ନା ଅମଳ ଖର୍ଚ୍ଚ ଠାରୁ କମ ମୂଲ୍ୟରେ ତାହା ବିକ୍ରି ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Feb 28, 2019, 3:00 PM IST


ଅନୁଗୋଳ: ଖତ ଖାଉଛି ଟମାଟୋ, ହେଲେ ଅମଳ କରୁନି ଚାଷୀ । କାହିଁକି ନା ଅମଳ ଖର୍ଚ୍ଚ ଠାରୁ କମ ମୂଲ୍ୟରେ ତାହା ବିକ୍ରି ହେଉଛି । ଏଭଳି ଦୃଶ୍ୟ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଏକର ଏକର ଜମିର ଟମାଟୋ ଫସଲ ତଳେ ପଡି ନଷ୍ଟ ହେଉଛି । କିଛି ଲାଭ ଅର୍ଥରେ ଫସଲ କରିଥିବା ଟମାଟୋର ଅଭାବୀ ବିକ୍ରି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଯାହା ଏବେ ଚାଷୀର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସେପଟେ ବଜାରରେ ଟମାଟୋର ବିକିବା ପାଇଁ ଚାଷୀ ପାଖରେ ବ୍ୟବସ୍ଥା ନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ବ୍ୟବସାୟୀ । ଚାଷୀଙ୍କ ଠାରୁ କିଲୋ ପିଛା 1ରୁ 2 ଟଙ୍କା ଦରରେ କିଣୁଛନ୍ତି ବ୍ୟବସାୟୀ । ଟ୍ରେ ପିଛା ଚାଷୀକୁ ମିଳୁଛି ମାତ୍ର ୪୦ ଟଙ୍କା । ଅର୍ଥାତ ୨୬ କେଜିକୁ ୪୦ ଟଙ୍କା ।

ଅପରପକ୍ଷେ ଜିଲ୍ଲାର ବନ୍ତଳା ମାଧପୁର ଚାଷୀଙ୍କ ପାଇଁ ଅଭାବୀ ବିକ୍ରି ସାଙ୍ଗକୁ ବନ୍ୟଜନ୍ତୁଙ୍କ ଦାଉ ସାଜିଛି ଚିନ୍ତା କାରଣ । ହାତୀ ଓ ବାରାହା ସେମାନଙ୍କ କ୍ଷେତକୁ ଉଜାଡି ଦେଉଛନ୍ତି ।ତେବେ ଏସମ୍ପର୍କରେ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଚାଷୀ କିଭଳି ଅଭାବ ବିକ୍ରିର ଶିକାର ନହେବ ସେ ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

ଚାଷୀଙ୍କ ପାଇଁ ଉଭୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି, କିନ୍ତୁ ବାସ୍ତବ ସ୍ଥିତି ସରକାରୀ ଯୋଜନାର ବହୁ ଦୂରରେ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details